ଭୋଟ୍ ବିକିନୁ ,ଲୋକେ ପ୍ରତ୍ୟାଖ୍ୟାନ କଲେ : ନରସିଂହ ମିଶ୍ର
ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନରେ ବିଜେଡି-କଂଗ୍ରେସ ଡିଲ୍ ହୋଇଥିବା ପ୍ରସଙ୍ଗ ଦୋହରାଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହାର ଜବାବ୍ ଦେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ପଦ୍ମପୁରରେ ବିଜେପି ୪୨ ହଜାର ଭୋଟରେ ହାରିବା ପରେ ଆତ୍ମସନ୍ତୋଷ ପାଇଁ ଏଭଳି କହୁଛି । ସେ ଆହୁରି କହିଛନ୍ତି ଯେ ନବ ଦାସ କଂଗ୍ରେସ ଛାଡି ବିଜେଡିକୁ ଗଲେ । ବନ୍ଧୁତା କେଉଁଠି ରହିଲା ଯେ ଡିଲ୍ ହେବ? ବିଜେପି ୪୨ ହଜାର ଭୋଟରେ ହାରିବା ପରେ ଆତ୍ମସନ୍ତୋଷ ପାଇଁ ଏଭଳି କହୁଛି । ଆମେ ଭୋଟ ପାଇଲୁ ନାହିଁ ମାନେ ନୁହେଁ ଯେ ଭୋଟ ବିକିଦେଲୁ । ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ । ତେବେ ୨୦୨୪ରେ କ’ଣ ହେବ ସେନେଇ ଆକଳନ କରିହେବ ନାହିଁ ବୋଲି ନରସିଂହ କହିଛନ୍ତି । ନରସିଂହ ମିଶ୍ର କହିଛନ୍ତି, ପଦ୍ମପୁରରେ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା ଆଗକୁ ଆହୁରି ସାଂଘାତିକ ହେବ । କଂଗ୍ରେସ ଦୋଷ ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ ବୋଲି ସେ କହିଛନ୍ତି ।
