ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ଜିନିଷ ! ପରିବାରରେ ଲାଗି ରହିବ କଳହ, ଦେଖା ଦେବା ଆର୍ଥିକ ସଙ୍କଟ
ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମଣିଷ ଉଠିବାର ସର୍ବୋତ୍ତମ ସମୟ ହେଉଛି ବ୍ରହ୍ମ ମୁହୂର୍ତ। ଯେଉଁ ମନୁଷ୍ୟ ବ୍ରହ୍ମ ମୁହୂର୍ତରେ ଉଠିଥାଏ ସେ ମନୁଷ୍ୟ ଜୀବନରେ ସୁଖ, ଶାନ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତ କରିଥାଏ। ମାଆ ଲକ୍ଷ୍ମୀ ସର୍ବଦା ଏହିପରି ଲୋକଙ୍କ ଗୃହରେ ବାସ କରିବାକୁ ପସନ୍ଦ କରନ୍ତି। ଆମ ଶାସ୍ତ୍ରରେ ଶୋଇବା ଠାରୁ ଆରମ୍ଭ କରି ଉଠିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ହଜାର ବର୍ଷ ପୂର୍ବେ ଋଷିମାନେ ଆମକୁ କହିଥିଲେ, ବର୍ତ୍ତମାନ ସେହି ସବୁ ଜିନିଷ ଆମକୁ ବିଜ୍ଞାନ ମଧ୍ୟ କହୁଛି। କିନ୍ତୁ ଅନେକ ଲୋକ ଏହି ସବୁ କଥାକୁ ଧ୍ୟାନ ଦେଇନଥାନ୍ତି। ସବୁଦିନ ଶୋଇବା ସମୟରେ ଆମ ଦ୍ୱାରା କିଛି ଏପରି ଭୁଲ ହୋଇଯାଏ ଯାହା ଦ୍ୱାରା ଆମ ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଏ ଏବଂ ଏହାର ପ୍ରଭାବ ଆମ ଗ୍ରହ ଉପରେ ମଧ୍ୟ ପଡ଼ିଥାଏ। ମନୁଷ୍ୟ ଶୋଇବା ସମୟରେ ନିଜ ପାଖରେ କିଛି ଜିନିଷ କେବେ ରଖିବା କଥା ନୁହେଁ, କାରଣ ଏହି ଜିନିଷରୁ ବାହାରୁଥିବା ନକାରାତ୍ମକ ଉର୍ଜା ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ।
ବାସ୍ତୁଶାସ୍ତ୍ରରେ ଏହା କୁହାଯାଇଛି ଯେ, ଏହି ସବୁ ଜିନିଷ ଯଦି ପାଖରେ ରଖି ମନୁଷ୍ୟ ଶୋଇଥାଏ ତେବେ, ଆର୍ଥିକ ସଙ୍କଟ ମଧ୍ୟ ଦେଖାଯାଏ। ସେହି ମନୁଷ୍ୟଙ୍କର ପରିବାରରେ କଳହ ସୃଷ୍ଟି ହୋଇଥାଏ। ଘରେ ରୋଗର ବାତାବରଣ ମଧ୍ୟ ଆସିଥାଏ । ଏହି କାରଣରୁ ଖର୍ଚ ମଧ୍ୟ ବଢିଯାଏ। ଖାସକରି ମହିଳାମାନଙ୍କୁ ଏହି ସବୁ ଜିନିଷ ପାଖରେ ରଖି ଶୋଇବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ କଣ କଣ।
ବାସ୍ତୁ ଶାସ୍ତ୍ର ଅନୁସାରେ, ମନୁଷ୍ୟ ଶୋଇବା ସମୟରେ ନିଜର ପାଦ ଦକ୍ଷିଣ ଏବଂ ପୂର୍ବ ଦିଗକୁ ରଖିବା ଉଚିତ ନୁହେଁ। ଅର୍ଥାତ ମନୁଷ୍ୟକୁ ନିଜର ପାଦ ଉତ୍ତର ଏବଂ ପଶ୍ଚିମ ଦିଗକୁ କରି ରଖିବା ଉଚିତ । ଫଳରେ ମନକୁ ସକା-ର-ତ୍ମ-କ ଉର୍ଜା ପ୍ରାପ୍ତ ହୁଏ।
କିଛି ଲୋକ ଶୋଇବା ସମୟରେ ନିଜ ମୁଣ୍ଡ ଉପରେ ପାଣି ରଖିକରି ଶୁଅନ୍ତି। ବସ୍ତୁ ଶାସ୍ତ୍ରରେ ଏହାକୁ ଅଶୁଭ ମନାଯାଏ। ମୁଣ୍ଡ ଉପରେ ପାଣି ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ରମା ଉପରେ ପ୍ରଭାବ ପଡ଼ିଥାଏ। ଫଳରେ ଏହାର ପ୍ରଭାବ ବ୍ୟକ୍ତିର ମାନସିକ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ।
ଶୋଇବା ସମୟରେ ଆପଣ ଧ୍ୟାନ ରଖନ୍ତୁ ଯେ, ଯେପରି ଖଟତଳେ ଆପଣ ଜୋତା ରଖିବେ ନାହିଁ। କାରଣ ଏହା ଦୁ-ର୍ଭା-ଗ୍ୟକୁ ଆମନ୍ତ୍ରଣ ଦେଇଥାଏ। ଚପଲ ଖଟତଳେ ରଖିବା ଦ୍ୱାରା ଏହାଠାରୁ ନକା-ରା-ତ୍ମ-କ ଉର୍ଜା ବାହାରିଥାଏ ଯାହା ମନୁଷ୍ୟ ଶରୀର ଏବଂ ମାନସିକ ପାଇଁ ଉଚିତ ନୁହେଁ।
ଯେଉଁ ସ୍ଥାନରେ ଶୋଉଛନ୍ତି ସେଠାରେ ଆପଣଙ୍କ ସମ୍ମୁଖରେ ଆଇନା ରଖି ଶୁଅନ୍ତୁନାହିଁ। ଶୋଇବା ସମୟରେ ଏବଂ ଉଠିବାର ସଂଗେ ସଂଗେ ନିଜର ଛବି ନଦେଖିବା ଉଚିତ। ଯଦି ଆଇନା ରଖିବେ ତେବେ ଆପଣଙ୍କ ମନରେ ଡର ଏବଂ ଭ୍ରମ ସୃଷ୍ଟି ହେବ । ଏହାସହିତ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ।

ଶୋଇବା ସମୟରେ ନିଜ ପାଖରେ କୌଣସି ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। କାରଣ ନକା-ରା-ତ୍ମ-କ ଶକ୍ତିକୁ ଆକର୍ଷିତ କରିଥାଏ ତେଲ। ଯାହା ଆପଣଙ୍କ ପାଇଁ ଉଚିତ ନୁହେଁ।
ବାସ୍ତୁ ଶାସ୍ତ୍ର ଆନୁସାରେ ନିଜ ମୁଣ୍ଡ ପାଖରେ ପୁସ୍ତକ ରଖିବା ଅନୁଚିତ। ଖାସକରି ବିଦ୍ୟାର୍ଥୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ।
ନିଜ ମୁଣ୍ଡପାଖରେ ଧନକୁ ରଖି ଶୋଇବା ଉଚିତ ନୁହେଁ। ଏହାଦ୍ୱାରା ଅଯଥା ଖର୍ଚ୍ଚ ବଢିଯାଏ ଏବଂ ଧନର ହାନି ଘଟିଥାଏ। ଧନକୁ ସର୍ବଦା ଉଚିତସ୍ଥାନରେ ରଖିବା ଉଚିତ।

ଘରର କୌଣସି କୋଣରେ ଝାଡୁ ଠିଆ କରି ରଖନ୍ତୁ ନାହିଁ। ଏହାଦ୍ୱାରା ମଧ୍ୟ ଧନ ହାନି ଘଟିଥାଏ।
