ଶିଶୁଙ୍କୁ କରୋନା ସଂକ୍ରମଣ ନେଇ ଆତଙ୍କିତ ହୁଅନ୍ତୁନି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଏବେ କରୋନରେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଶହେ ଉପରେ ରହୁଛି ।୧ମ ଓ ୨ୟ ଲହରରେ ବି ଥିଲା । ୩ୟ ଲହରରେ ଅଧତ୍କ ଶିଶୁ ଆକ୍ରାନ୍ତ ହେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି । ଏଥତ୍ପାଇଁ ଆମକୁ ସ୍ୱତନ୍ତ୍ର ପ୍ରିକସନ୍ ନେବାର ଅଛି । ଶିଶୁ ସଂକ୍ରମଣକୁ ନେଇ ଆତଙ୍କିତ ହୁଅନ୍ତୁନି । ସରକାର ମନିଟରିଂ କରୁଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁ ବ୍ୟବସ୍ଥା କରାଯାଉଛି । ସବୁ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା ହୋଇଛି । ପର୍ଯ୍ୟାପ୍ତ ଜେନେରାଲ ଓ ଆଇସିୟୁ, ଏଚଡିୟୁ ବେଡ୍, ଭେଂଟିଲେଟର ରଖାଯାଇଛି ।
ପ୍ରକାଶ ପାଉଥିବା ମୃତ୍ୟୁ କାଲିର ନୁହେଁ । ଏବେ ଖୁବ୍ କମ୍ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅପରପକ୍ଷରେ ରାଜ୍ୟରେ ଶିଶୁ ସଂକ୍ରମଣ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ସମ୍ଭାବ୍ୟ ଶିଶୁ ସଂକ୍ରମଣ ଲାଗି ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକୀୟ ବେଡ୍, ଆଇସିୟୁ ଚିହ୍ନଟ କରି ରଖାଯାଇଛି । ଯେଉଁମାନଙ୍କର ଆବଶ୍ୟକ ପଡ଼ୁଛି ସେମାନଙ୍କୁ ଆଡମିଶନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଶିଶୁଙ୍କ ଲାଗି ୩ ହଜାର ବେଡ୍ ବ୍ୟବସ୍ଥା କରାଯାଇଛି । ଆହୁରିି ବେଡ୍ ସଂଖ୍ୟା ବୃଦ୍ଧି କରାଯିବାକୁ ପ୍ରୟାସ ଜାରି ରହିଛି । ଆବଶ୍ୟକ ହେଲେ ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ ବୋଲି ଡିଏମଇଟି କହିଛନ୍ତି ।
