ଧନତେରସ୍ କିମ୍ବା ଦିପାବଳୀ ଦିନ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି ମୂଲ୍ୟବାନ ଜିନିଷ, ନହେଲେ ହୋଇଯିବେ ଭିକାରୀ
ଆଗକୁ ଧନତେରସ୍ ପର୍ବ ଆସିବାକୁ ଯାଉଛି।ଆପଣ ଘର ପାଇ ବହୁତ ଜିନିଷ ତଥା ସାଜସଜ୍ଜା ଦ୍ରବ୍ୟ, ସମ୍ପର୍କୀୟଙ୍କୁ ଦେବା ପାଇଁ ଥିବା ଗିଫ୍ଟ ଆଦି କିଣା କିଣି ଆରମ୍ଭ କରି ସାରିଥିବେ। ଏହି ଜିନିଷ କିଣାକିଣିକୁ ନେଇ ବିଶେଷ ଧ୍ୟାନ ଦେବା ନିତାନ୍ତ ଜରୁରୀ ଅଟେ। ନଚେତ ପରିବାର ଉପରେ ଏହାର ଗଭୀର କୁପ୍ରଭାବ ପଡ଼ିଥାଏ।ଯେଉଁଥିପାଇଁ ଆପଣଙ୍କୁ ପରମୁହୁର୍ତ୍ତରେ ପଶ୍ଚାତାପ କରିବା ପାଇଁ ପଡ଼ିପାରେ।
ଧନ୍ତେରସ ଓ ଦୀପାବଳିରେ ଘରର ସୁଖ ସମୃଦ୍ଧି ତଥା ଅନ୍ୟାନ୍ୟ ମନସ୍କାମନା ପୂରଣ ହେବା ଉଦ୍ଦେଶ୍ୟରେ ଘରେ ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା ଆରାଧନା କରାଯାଏ। କିନ୍ତୁ ଆମ ଅଜାଣତରେ ଆମେ ଏମିତି କିଛି ଭୁଲ କରି ଦେଇ ଥାଉ, ଯାହା ଘରକୁ ଦୁଃଖ ଓ ଦାରିଦ୍ର୍ୟ ଆଡକୁ ଟାଣି ନେଇଥାଏ।ତେଣୁ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କାର୍ଯ୍ୟ ଗୁଡ଼ିକ କରିବାରୁ ନିବୃତ ରହିବା ଆବଶ୍ୟକ। ଯାହାଦ୍ଵାରା ଆମ ଘରେ ଦେବୀ ଲକ୍ଷ୍ମୀଙ୍କ ଆଗମନ ହେବା ସହିତ ପରିବାରରେ ହସଖୁସିର ବାତାବରଣ ଦେଖା ଯିବ।
୧/ ଘରେ ପୂଜା କରିବା ପାଇଁ ଆଣୁଥିବା ଦେବୀ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଅଲଗା ଅଲଗା ଆଣନ୍ତୁ।ଦେବୀ ଲକ୍ଷ୍ମୀଙ୍କର ପଦ୍ମ ଫୁଲ ଉପରେ ବସିଥିବା ମୂର୍ତ୍ତି ଆଣନ୍ତୁ, ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଘର ଉପରେ ପଡ଼ିବ।
୨/ ଭଗବାନ ଗଣେଶଙ୍କର ଶୁଣ୍ଢ ବାମ ପଟକୁ ମୋଡିଥିବା ବା ଲଡୁ ଥିବା ପଟକୁ ଶୁଣ୍ଢ ଥିବା ଗଣେଶ ମୂର୍ତ୍ତି ଆଣନ୍ତୁ। ପ୍ରଥମେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ସ୍ଥାପନା କରନ୍ତୁ । ଏହାପରେ ଦେବୀ ଲକ୍ଷ୍ମୀଙ୍କ ଡାହାଣ ପାଖରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ।କାରଣ ମାତା ଲକ୍ଷ୍ମୀଙ୍କ ବାମ ପଟେ ଭଗବାନ ଶ୍ରୀବିଷ୍ଣୁଙ୍କ ସ୍ଥାନ ହୋଇଥାଏ।ତେଣୁ ଏହାକୁ ନେଇ ବିଶେଷ ଧ୍ୟାନ ରଖିବା ନିତାନ୍ତ ଜରୁରୀ ଅଟେ।

୩/ ଆପଣଙ୍କୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ଯେ ଦେବୀ ଲକ୍ଷ୍ମୀଙ୍କ ଫୋଟୋ କିମ୍ବା ମୂର୍ତ୍ତିର ମୁହଁ ଯେପରି ଘରର ମୁଖ୍ୟ ଫାଟକ ଆଡକୁ ରହିବ। ନଚେତ ଦେବୀ ଲକ୍ଷ୍ମୀ ଆସିବେ ଓ ପଳେଇବେ।ତେଣୁ ଉତ୍ତର ପୁର୍ବ ଦିଗରେ ଏହି ପୂଜା କରିବା ଉଚିତ।
୪/ ପୂଜା ଘରେ ଗାଢ଼ କିମ୍ବା କଳା ରଙ୍ଗର ରଙ୍ଗୋଲି ବା ଅନ୍ୟାନ୍ୟ ସାଜସଜ୍ଜା ଦ୍ରବ୍ୟ ବ୍ୟବହାର କରିବେ ନାହିଁ।ଗୋଲାପୀ ବା ହଳଦିଆ ଓ ଅନ୍ୟାନ୍ୟ ହାଲକା ରଙ୍ଗ ବ୍ୟବହାର କରିବେ।ଘରର ପ୍ରବେଶ ସ୍ଥାନ ବା ଦୁଆର ମୁହଁରେ ଦେବୀ ଲକ୍ଷ୍ମୀଙ୍କ ପାଦ ଚିହ୍ନର ଚିତ୍ର ଆଙ୍କିବେ।ଘରର ମୁଖ୍ୟ ଦ୍ୱାରକୁ ସୁନ୍ଦର ଭାବେ ସଜାଇବେ।
୫/ ଏହିଦିନରେ କୌଣସି କାଚ ଦ୍ରବ୍ୟ ଆଦୌ କିଣନ୍ତୁ ନାହିଁ।କାରଣ କାଚ ସହିତ ରାହୁର ସଂଯୋଗ ରହିଥାଏ।ତେଣୁ ଘରେ ଏହାର କୁପ୍ରଭାବ ପଡ଼ିଥାଏ।ଏହିଦିନ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ। ନଚେତ ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇବ।

୬/ ଏହିଦିନ ଘରକୁ କୌଣସି ଲୁହା ଜିନିଷ କିଣି ଆଣନ୍ତୁ ନାହିଁ। ନଚେତ ଏହାର କୁପ୍ରଭାବ ଘର ଉପରେ ପଡ଼ିବ।ଏହାସହିତ ଧନ୍ତେରସ ଠାରୁ ଦୀପାବଳି ଯାଏଁ କୌଣସି ଧଳା ବସ୍ତୁ ଯେପରି ଚାଉଳ, କ୍ଷୀର, ଦହି, ମିଶ୍ରି, ଚିନି, ଲୁଣ ଆଦି କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ। ଟଙ୍କା ଓ ଘିଅ ମଧ୍ୟ କାହାକୁ ଦାନ କରନ୍ତୁ ନାହିଁ ।କାରଣ ଏହା ମାତା ଲକ୍ଷ୍ମୀଙ୍କୁ ଆଦୌ ପସନ୍ଦ ହୋଇ ନଥାଏ।
