କେଶ ଧୋଇବା ବେଳେ ଭୁଲରେ କରନ୍ତୁ ନାହିଁ ଏଭଳି କାମ, ଝଡ଼ିଯିବ ସମସ୍ତ କେଶ
ଯଦି ତୁମର କେଶ କ୍ରମାଗତ ଭାବରେ ଝଡୁଛି । ତାହାଲେ ଏହି ଖବର ଆପଣଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ । କେଶ ଝଡ଼ିବା ପଛର କାରଣ କେଶ ଧୋଇବାର ଭୁଲ ଉପାୟ ହୋଇପାରେ । ଆମେ ଦେଖୁ ଯେ ଅଧିକାଂଶ ଲୋକ କେଶକୁ ସଠିକ୍ ଭାବରେ ସଫା କରିପାରନ୍ତିନି । ଯେଉଁ କାରଣରୁ ହେୟାର ଫୋଲିକଲ୍ସରେ ମଇଳା ଜମା ହୋଇଯାଏ ଏବଂ କେଶ ବଢ଼ିବାରେ ସମସ୍ୟା ସୃଷ୍ଟି ହୁଏ । କେଶ ଝଡ଼ିବା ଓ କେଶ ଫାଟିବା ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ କେଶ ଧୋଇବାର ସଠିକ୍ ଉପାୟ ଜାଣିବା ଉଚିତ୍ ।
୧-ସାମ୍ପୁ କରିବାର ୩୦ ମିନିଟ୍ ପୂର୍ବରୁ କେଶରେ ତେଲ ଲଗାନ୍ତୁ ।
୨-ଏହାପରେ କେଶକୁ ଭଲ ଭାବରେ ଓଦା କରନ୍ତୁ ।
୩-କେଶରେ ଭଲଭାବେ ସାମ୍ପୁକୁ ଲଗାନ୍ତୁ ।
୪-ସାମ୍ପୁ ଲଗାଇ କେଶ ଧୋଇବା ପରେ କଣ୍ଡିସନର ଲଗାନ୍ତୁ । ଏହାର ୨ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ ।
୫-ବର୍ତ୍ତମାନ କେଶକୁ ଖୋଲା ପବନରେ ଶୁଖାନ୍ତୁ ।
୬-କେଶ ଧୋଇବା ପରେ ଓଦା କେଶକୁ ପାନିଆରେ କୁଣ୍ଡାନ୍ତୁ ନାହିଁ । କାରଣ ଏହାଦ୍ୱାରା କେଶ ଦୁର୍ବଳ ହୋଇଯାଏ । ଝଡ଼ିବା ଆରମ୍ଭ କରେ ।
୭-ସପ୍ତାହରେ ୨ ଥର କେଶ ଧୁଅନ୍ତୁ । ତା’ଠାରୁ ଅଧିକ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା କେଶ ଫାଟିବ, ଖରାପ ହୋଇଯିବ ।
୮-କେଶ ଧୋଇବା ପରେ ତୁରନ୍ତ ତେଲ ଲଗାଇବା ଉଚିତ ନୁହେଁ, ଏହା କେଶକୁ ଦୁର୍ବଳ କରିଥାଏ ।
