ବର୍ଷର ପ୍ରଥମ ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ ! ଶୁଭଫଳ ପ୍ରାପ୍ତି ହେବା ସହ କରଜରୁ ମିଳିବ ମୁକ୍ତି, ବଜରଙ୍ଗୱାଲି ପୁରଣ କରିବେ ମନୋସ୍କାମନା
ନବବର୍ଷ ୨୦୨୩ ଆରମ୍ଭ ହୋଇସାରିଛି । ଆଜି ବର୍ଷର ପ୍ରଥମ ମଙ୍ଗଳବାର । ଦିନ ଦାନ କରନ୍ତୁ ଏହି ଜିନିଷ । ଫଳରେ ଶୁଭଫଳ ପ୍ରାପ୍ତି ହେବା ସହ କରଜରୁ ମିଳିବ ମୁକ୍ତି । ସେହିପରି ବଜରଙ୍ଗୱାଲି ପୁରଣ କରିବେ ଆପଣଙ୍କ ମନୋସ୍କାମନା ।
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି । ମାତ୍ର ଦାନ କରିବାର ଫଳ ଆପଣଙ୍କୁ ଆଜି ନୁହେଁ ତ କାଲି ନିଶ୍ଚିତ ରୂପେ ମିଳିବ । ଯଦି ଆପଣ ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି ତେବେ ଆପଣଙ୍କୁ ଦାନ ଧର୍ମରେ ବିଶ୍ୱାସ ରଖିବା ଉଚିତ୍ ।
ସପ୍ତାହରେ ଯେକୌଣସି ଦିନ ଦାନ କରିବା ପୂଣ୍ୟ ହୋଇଥାଏ, କିନ୍ତୁ ଯଦି ଆପଣ ମଙ୍ଗଳବାର ଦିନ କିଛି ଖାସ୍ ଜିନିଷ ଦାନ କରିବେ ତେବେ ଆପଣଙ୍କୁ ବିଶେଷ ଲାଭ ହେବ । କାରଣ ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ଦାନ କରିବାର ଅଲଗା ମହତ୍ୱ ରହିଛି । ଦାନ, ଧର୍ମ କରୁଥିବା ଲୋକଙ୍କୁ ହନୁମାନ ଅଧିକ ପସନ୍ଦ କରନ୍ତି । ଏହି ଅବସରରେ ଯଦି ତାଙ୍କ ପ୍ରିୟ ବାରରେ କୌଣସି ଭକ୍ତ ଗରିବକୁ ଦାନ କରୁଥିବାର ଦେଖିବେ ହନୁମାନ ଅତ୍ୟନ୍ତ ଖୁସି ହେବା ସହ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି । ଏହାପରେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ଭଗବାନ । ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କିଛି ଖାସ୍ ଜିନିଷ ବିଷୟରେ କହିବାକୁ ଯାଉଛି । ଯାହାକୁ ଆପଣ ମଙ୍ଗଳବାର ଦିନ ନିଶ୍ଚିତ ରୂପେ ଦାନ କରିବେ ।
ନାରଙ୍ଗି ବସ୍ତ୍ର :
ମଙ୍ଗଳବାର ଦିନ କୌଣସି ଗରିବ ବ୍ୟକ୍ତିକୁ ନାରଙ୍ଗି ବସ୍ତ୍ର ଦାନ କରିବା ବହୁତ ଶୁଭ ହୋଇଥାଏ । ହନୁମାନଙ୍କ ପ୍ରିୟ ରଙ୍ଗ ହେଉଛି ନାରଙ୍ଗି । ସେଥିପାଇଁ ଏହି ରଙ୍ଗର ବସ୍ତ୍ର ଦାନ କରିବା ଭଗବାନ ପ୍ରସନ୍ନ ହୋଇଥାନ୍ତି । ଯେତେବେଳେ ଆପଣ ନାରଙ୍ଗି ରଙ୍ଗର ବସ୍ତ୍ର ଦାନ କରିବେ, ପ୍ରଥମେ ସେହି ବସ୍ତ୍ରକୁ ହନୁମାନଙ୍କ ପାଦ ତଳେ ରଖି ଯେକୌଣସି ମନସ୍କାମନା କରିବେ । ଏହାପରେ ସେହି ବସ୍ତ୍ରକୁ କୌଣସି ଗରିବକୁ ଦାନ କରି ଦିଅନ୍ତୁ ।
ତମ୍ବା କିମ୍ବା ପିତଳ :
ମଙ୍ଗଳବାର ଦିନ ତମ୍ବା କିମ୍ବା ପିତଳ ତିଆରି ଜିନିଷକୁ ଦାନ କରିବା ଶୁଭ ହୋଇଥାଏ । ଏହି ଧାତୁରେ ତିଆରି ବସ୍ତୁକୁ ଆପଣ କୌଣସି ଗରିବ ଏବଂ ମନ୍ଦିରରେ ବି ଦାନ କରିପାରିବେ ।
ପଶୁକୁ ଭୋଜନ :
ମଙ୍ଗଳବାର ଦିନ ଯେକୌଣସି ପଶୁକୁ ଭୋଜନ କରାନ୍ତୁ । ଏହାଦ୍ୱାରା ବହୁତ ପୂଣ୍ୟ ହୋଇଥାଏ ।
ନଡ଼ିଆ :
ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ନଡିଆ ଚଢାଇବା ଶୁଭ ହୋଇଥାଏ ।
ଟଙ୍କା :
କୌଣସି ଗରିବକୁ ମଙ୍ଗଳବାର ଦିନ କିଛି ଟା ଅର୍ଥ ଦାନ କରନ୍ତୁ । ପରମୁହୁର୍ତ୍ତ ଆପଣ ଦାନ କରିଥିବା ଟଙ୍କା ଦୁଇ ଗୁଣା ହୋଇ ଆପଣଙ୍କୁ ମିଳିଯିବ ।
