ଗୁରୁବାର ଦିନ କରୁଛନ୍ତି କି ଏହି ସବୁ ଭୁଲ ! ହୋଇଯାଆନ୍ତୁ ସତର୍କ, ନଚେତ ନିଜେ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରୁଛନ୍ତି
ଆଜି ଗୁରୁବାର । ଆଜିର ଦିନକୁ ଦେବତାଙ୍କ ଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଏ। ଏଥିସହିତ ଆଜିର ଦିନରେ ଏମାନଙ୍କୁ ପୂଜା ମଧ୍ୟ କରାଯାଏ। ବୃହସ୍ପତି କ୍ରୋଧିତ ହେଲେ ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆସିପାରେ। ଏମିତିରେ ବହୁତ ଆବଶ୍ୟକ ଯେ ଆପଣ ବୃହସ୍ପତି ଅନୁକୂଳ ହିଁ କୌଣସି କାର୍ଯ୍ୟ କରନ୍ତୁ ଯାହାଦ୍ୱାରା ତାଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଶାସ୍ତ୍ରରେ ବର୍ଣ୍ଣିତ କିଛି ଏମିତି ନିୟମ ନେଇ ଆସିଛୁ ଯାହାକୁ ଆପଣ ଗୁରୁବାର ଦିନ ବିଶେଷ ରୂପରେ ଧ୍ୟାନ ରଖିବାକୁ ପଡିବ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।
ଧାର୍ମିକ ଶାସ୍ତ୍ର ଅନୁଯାୟୀ ଜ୍ୟୋତିଷରେ ବୃହସ୍ପତିଙ୍କୁ ମହିଳାଙ୍କର ସ୍ୱାମୀ ଏବଂ ସନ୍ତାନଙ୍କ କାରକ ବୋଲି ଧରାଯାଏ। କୁହାଯାଏ ଯେ ଗୁରୁବାର ଦିନ ମହିଳାଙ୍କୁ କେଶ ଧୋଇବା ଅନୁଚିତ। ଏଥିସହିତ ଏହି ଦିନ କେଶ କାଟିବାକୁ ମଧ୍ୟ ବାରଣ କରାଯାଇଛି। ଯଦି ଆପଣ ଏସବୁ ନ ମାନି ଏପରି କରୁଛନ୍ତି ତାହେଲେ ଏହାଦ୍ୱାରା ମହିଳାଙ୍କ ଜନ୍ମକୁଣ୍ଡଳୀରେ ବୃହସ୍ପତି ଦୁର୍ବଳ ହୋଇଯାନ୍ତି। ଯାହାଦ୍ୱାରା ସେମାନଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିଥାଏ। ସ୍ୱାମୀ ଏବଂ ସନ୍ତାନଙ୍କ ଉନ୍ନତିରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।
ଗୁରୁବାର ଦିନ କଦଳୀ ଖାଇବା ଅନୁଚିତ। ଏହି ଦିନ କଦଳୀ ଗଛକୁ ପୂଜା କରିବା ଉଚିତ। ଏହାସହିତ ଗୁରୁବାର ଦିନ ଘରେ ଅଧିକ ଓଜନିଆ କପଡାକୁ ଧୋଇବା, ଆଲମାରୀରୁ ପୋଷାକ ବାହାର କରିବା, ଘରକୁ ଧୋଇବା ପୋଛିବା ନ କରିବା, ଦ୍ୱାରା ଧର୍ମ ଏବଂ ଶୁଭ ପ୍ରଭାବରେ ଅଭାବ ଆସିଥାଏ।
ଗୁରୁବାର ଦିନ ନଖ କାଟିବା ଆଦୌ ଉଚିତ ନୁହେଁ ଏବଂ ନା ଏହି ଦିନ ଦାଢ଼ି କାଟିବା ଉଚିତ। କାରଣ ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ଏମିତି କରନ୍ତି ସେମାନେ ଦେବ ଗୁରୁ ବୃହସ୍ପତିଙ୍କର ଅଶୁଭ ଫଳ ପାଇଥାନ୍ତି। ଏହାର ନକାରତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଆୟୁଷ ଉପରେ ମଧ୍ୟ ପଡେ।
ଗୁରୁବାର ଦିନ କଦଳୀ ଗଛର ମୂଳରେ ଜଳ ଅର୍ପଣ କରିବା ଉଚିତ ଏବଂ ଶୁଦ୍ଧ ଘିଅର ଦୀପ ଜଳାଇ ଗୁରୁଙ୍କର ୧୦୮ ନାମକୁ ଉଚ୍ଚାରଣ କରିବା ଉଚିତ। ଏମିତି କରିବା ଦ୍ୱାରା ବହୁତ ଜଲଦି ଆପଣଙ୍କ ଜୀବନ ସାଥି ଆପଣଙ୍କୁ ମିଳିଯିବ। ବିବାହରେ ଦେଖାଯାଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।
ବୃହସ୍ପତିଙ୍କୁ ହଳଦିଆ ରଙ୍ଗ ବହୁତ ପ୍ରିୟ। ବୃହସ୍ପତି ହଳଦିଆ ରଙ୍ଗର ପିତାମ୍ବର ଧାରଣ କରନ୍ତି। ଏଥିପାଇଁ ବୃହସ୍ପତିଙ୍କ ପୂଜାରେ ହଳଦୀର ବ୍ୟବହାର କରାଯାଏ। ଗୁରୁବାର ଦିନ କେସର ହଳଦିଆ ଚନ୍ଦନ, ହଳଦୀ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ଏବଂ ଆରୋଗ୍ୟତା ମିଳିଥାଏ।
