ଆଳୁକୁ ନେଇ ପ୍ରସ୍ତୁତ ‘ଫେସମାସ୍କ’ : ଦୂର କରିବ ଆପଣଙ୍କ ତ୍ୱଚାରେ ରହିଥିବା ସମସ୍ତ ଦାଗ
ସାଧାରଣତଃ ରୋଷେଇ ଘରର ଯଦି କାହାରିକୁ ଜୀବନ ବୋଲି କୁହାଯାଏ ତ, ତେବେ ତାହା ଯେ ଆଳୁ, ଏଥିରେ କାହାରି ବି ସନ୍ଦେହ କରିବାର ନାହିଁ । କାହିଁକି ନା ଏହି ଆଳୁରେ ହିଁ ରହିଛି ସମସ୍ତ ପରିବାର ଅଭାବକୁ ପୂରଣ କରିବାର ଦମ୍ । ତେବେ ଆଜି ଆମେ ଆପଣଙ୍କୁ ଏହି ଆଳୁକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ‘ଫେସମାସ୍କ’ ବିଷୟରେ କହିବୁ, ଯାହାକି ଆପଣଙ୍କ ତ୍ୱଚାରେ ରହିଥିବା ସମସ୍ତ ଦାଗକୁ ଦୂରାଇଦେଇଥାଏ । ଆସନ୍ତୁ ଜାଣିବା ଆଳୁର ‘ଫେସମାସ୍କ’କୁ ପ୍ରସ୍ତୁତ କରିବାର ଉପାୟ ।
ଆବଶ୍ୟକୀୟ ସାମଗ୍ରୀ :
ଏକ ଚାମଚ ଆଳୁର ରସ ।
୫ରୁ ୬ବୁନ୍ଦା ଲେମ୍ବୁ ରସ ।
ଏକ ଚାମଚ ଗୋଲାପ ଜଳ ।
ପ୍ରସ୍ତୁତି ପ୍ରଣାଳୀ :
ତେବେ ଏହି ‘ଫେସମାସ୍କ’କୁ ପ୍ରସ୍ତୁତ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆଳୁର ଚୋପାକୁ ଛଡ଼ାଇ ତାହାର ଏକ ପେଷ୍ଟ୍ ବନାଇବାକୁ ପଡ଼ିବ ।
ଏହାପରେ ଆପଣଙ୍କୁ ଏହାର ପେଷ୍ଟକୁ କୌଣସି ଏକ ଧଳା କପଡ଼ାରେ ଛାଣିକରି ତାହାର ରସକୁ ବାହର କରିବାକୁ ହେବ ।
ଏହାପରେ ଆପଣଙ୍କୁ ଏକ ପାତ୍ର ନେଇ ସେଥିମଧ୍ୟରେ ଏକ ବଡ଼ ଚାମଚରେ ଚାମଚେ ଆଳୁର ରସ, ୫ରୁ ୬ ବୁନ୍ଦା ଲେମ୍ବୁ ରସ ଏବଂ ଏକ ଛୋଟ ଚାମଚରେ ଚାମଚେ ଗୋଲାପ ଜଳକୁ ମିଶ୍ରଣ କରି ଏହାର ଏକ ‘ଫେସମାସ୍କ’ ପ୍ରସ୍ତୁତ କରିବାକୁ ହେବ ।
ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ତ୍ୱଚାରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇବାକୁ ପଡ଼ିବ ।
ଏହାପରେ ଆପଣଙ୍କୁ ଏହି ‘ଫେସମାସ୍କ’କୁ ଆପଣଙ୍କ ତ୍ୱଚାରୁ ଧୋଇଦେବାକୁ ହେବ ।
ତେବେ ଏହି ‘ଫେସମାସ୍କ’କୁ ଆପଣ ଆରମ୍ଭରୁ ପ୍ରତ୍ୟେକ ଦୁଇ ଦିନର ବ୍ୟବଧାନରେ ଲଗାଇବାକୁ ହେବ ।
ଯେତେବେଳେ ଆପଣ ଏହାର ଫରକ୍ ଦେଖିବାକୁ ପାଇବେ ତ,ଏହି ଉପାୟର ପ୍ରୟୋଗକୁ ଆପଣଙ୍କୁ ପ୍ରତ୍ୟେକ ସପ୍ତାହକ ମଧ୍ୟରେ ଦୁଇଥର କରିବାକୁ ପଡ଼ିବ । ତେବେ ଧ୍ୟାନ ରଖନ୍ତୁ, ଯେଉଁ ଲୋକମାନଙ୍କର ତ୍ୱଚା ସେନସେଟିଭ୍ ଅଟେ,ସେମାନେ ଏହାର ପ୍ରୟୋଗ ଠାରୁ ଦୂରେଇ ରହିବା ଆବଶ୍ୟକ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବର ଟି ନିଶ୍ଚୟ ପସନ୍ଦ ଆସିଥିବ। ଆମେ ଏମିତି ଆହୁରି ବିଭିନ୍ନ ଖବର ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।


