ଶନି ଦେବଙ୍କ କୃପା ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ଉପାୟ ! ଶନି ପୀଡାରୁ ମିଳିବ ମୁକ୍ତି
ଶନିଦେବ ସୂର୍ଯ୍ୟ ଙ୍କର ପୁଅ ଏବଂ ଯମରାଜ ଙ୍କ ଭାଇ ଅଟନ୍ତି । ଶନିଦେବ ନ୍ୟାୟର ଦେବତା ହୋଇଥିଲେ ମଧ୍ୟ ତାଙ୍କର କ୍ରୋଧରୁ ରକ୍ଷା ପାଇବା ଅସମ୍ଭବ ଅଟେ । ତାଙ୍କର କ୍ରୋଧରେ ମଣିଷ ଜୀବନରେ କିଛି ବି ଭଲ ହୋଇ ନଥାଏ । ଶନିଦେବ କର୍ମ ଫଳଡାଟା ହୋଇଥିବାରୁ ଖରାପ କାମ କରୁଥିବା ଲୋକ ତାଙ୍କ କ୍ରୋଧରୁ ବଞ୍ଚି ପାରନ୍ତି ନାହିଁ ଏବଂ ଯେଉଁ ମାନେ ଭଲ କାମ କରିଥାନ୍ତି ସେମାନେ ଶନିଦେବ ଙ୍କ କୃପା ପାଇଥାନ୍ତି । ଶନିଦେବ ଏମିତି ଦେବତା ହୋଇଥାନ୍ତି ଯିଏ ବିନା କାରଣରୁ କାହା ଉପରେ ଖରାପ ପ୍ରଭାବ ପକାଇ ନଥାନ୍ତି । ଶନିଦେବ ଙ୍କ କୃପାରୁ ଅତି ଗରିବ ଲୋକ ବି ଧନୀ ହୋଇ ପାରେ । ଶନିଦେବ ଙ୍କ ପ୍ରଭାବରୁ ଯଦି ଆପଣଙ୍କ ଜୀବନରେ କିଛି ଖରାପ ପ୍ରଭାବ ପଡିଥାଏ ତାହେଲେ ସେଥିରୁ ବଞ୍ଚିବା ପାଇଁ ଆପଣ କିଛି ଉପାୟ କରିବା ଦରକାର । ଏହି ଉପାୟ କରିବା ଦ୍ଵାରା ଶନିଦେବ ଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ ।
ସମସ୍ତ ଦେବା-ଦେବୀଙ୍କ ମଧ୍ୟରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ସେ ସମସ୍ତଙ୍କୁ ତାଙ୍କର କର୍ମର ଫଳ ଦେଇଥାନ୍ତି। ସେ ଭଲ କାମ କରୁଥିବା ଲୋକଙ୍କ ଉପରେ ତାଙ୍କର ଅସୀମ କୃପା ବରଷାଇଥାନ୍ତି । ଏଥି ସହିତ, ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି ସେମାନଙ୍କୁ ଦଣ୍ଡ ଦେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବଙ୍କ ଦିନ ଅର୍ଥାତ୍ ଶନିବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା କୁଣ୍ଡଳୀରେ ଶାନୀଙ୍କ ସ୍ଥିତି ମଜବୁତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ…
ଶନିଦେବ ପ୍ରକୋପରୁ ରକ୍ଷା ପାଇବା ପାଇଁ କେଉଁ ଉପାୟ କରିବା :
ଯଦି କୌଣସି ବ୍ୟକ୍ତି ଉପରେ ଶନିଦେବ ରାଗିଯାନ୍ତି ତାହେଲେ ସେହି ବ୍ୟକ୍ତିର କାମରେ ଏବଂ ଚାକିରିରେ ବହୁତ ବାଧା ସୃଷ୍ଟି ହେବା ସହିତ ଅନେକ ଦିନ ଧରି ତାର ଦେହ ଖରାପ ହୋଇଥାଏ । ଶନିଦେବ ଙ୍କର ପୂଜା ଠିକ ବିଧିରେ କଲେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ ।
ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଆପଣ ଶନିବାର ଦିନ ସକାଳୁ ଉଠି ଗାଧୋଇ ସାରି ପିମ୍ପଳି ଗଛରେ ଜଳ ଦିଅନ୍ତୁ ଏବଂ ଏହାପରେ ଲୁହାରେ ତିଆରି ହୋଇହଟିବା ଶନିଦେବ ଙ୍କ ମୂର୍ତିକୁ ପଞ୍ଚାମୁର୍ତରେ ଗାଧୋଇ ତାଙ୍କର ପୂଜା କରିବା ପାଇଁ ରାସି ତେଲ,ଫୁଲ, କଳା ବସ୍ତ୍ର, ଧୂପ ଅର୍ପଣ କରନ୍ତୁ । ପୂଜା ସାରିବା ପରେ ଆପଣ ଶନି ମନ୍ତ୍ର ଜପ କରି ୭ଥର ପିମ୍ପଳି ଗଛ ଚାରିପଟେ ବୁଲି ଆସନ୍ତୁ ।
ଗାଈକୁ ଖାଇବାକୁ ଦିଅନ୍ତୁ ଏହି ଜିନିଷ :
ଏହି ଦିନ କଳା ଗାଈକୁ ମୁଗ ଡାଲି ଖାଇବାକୁ ଦିଅନ୍ତୁ, ଏହା ଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।
ଓସ୍ତ ଗଛ ପୂଜା କରିବା :
ଶନି ଦେବଙ୍କ ପୂଜା ସର୍ବଦା ସୂର୍ଯ୍ୟ ଉଦୟ ପୂର୍ବରୁ କମ୍ବା ସୂର୍ଯ୍ୟାସ୍ତ ପରେ ହୋଇଥାଏ। ତେଣୁ ଶନିବାର ଦିନ ସୂର୍ଯ୍ୟଦୟ ପୂର୍ବରୁ କିମ୍ବା ପରେ ଓସ୍ତ ଗଛ ପୂଜା କରନ୍ତୁ। ଏଥିପାଇଁ ସୋରିଷ ତେଲରେ ଲୁହା କଣ୍ଟା ବୁଡାଇ ଓସ୍ତ ଗଛକୁ ଅର୍ପଣ କରନ୍ତୁ। କୁହାଯାଏ ଏହାଦ୍ୱାରା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।
ଶନି ଦେବଙ୍କ ମୂର୍ତ୍ତିରେ ସୋରିଷ ତେଲ ଚଢାନ୍ତୁ :
ଶନି ଦେବଙ୍କ କୃପା ପାଇବା ପାଇଁ ଶନି ମହାରାଜାଙ୍କ ମୂର୍ତ୍ତି ଉପରେ ସୋରିଷ ତେଲ ଅର୍ପଣ କରନ୍ତୁ । ଏହି ଉପାୟ ଶନିବାର ଦିନ ଆରମ୍ଭ କରି ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । କିନ୍ତୁ ରବିବାର ଦିନ ଏପରି କରିବାରୁ ବଞ୍ଚିତ ହୁଅନ୍ତୁ ।
ଶନି ମନ୍ତ୍ର ଜପ କରନ୍ତୁ :
ଏହି ଦିନ ଓସ୍ତ ଗଛରେ ଧଳା ସୁତା ବାନ୍ଧି ଶନି ମନ୍ତ୍ର ଜପ କରନ୍ତୁ । କୁହାଯାଏ ଏହାଦ୍ୱାରା ଶନିଦେବଙ୍କ ଅସିମ କୃପା ମିଳିଥାଏ ।
