ଗ୍ରୀଷ୍ମ ଦିନେ ଆମ୍ବ ଖାଇବା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ଲାଭ ବଦଳରେ ହେବ କ୍ଷତି
ଅନେକ ଲୋକଙ୍କୁ ଗ୍ରୀଷ୍ମ ଋତୁ ଆଦୌ ଭଲ ଲାଗେ ନାହିଁ । କାରଣ ତାପମାତ୍ରା ବୃଦ୍ଧି କାରଣରୁ ପ୍ରଚଣ୍ଡ ଖରା ଏବଂ ପ୍ରବଳ ଝାଳ ବୋହିବା, ଯାହା ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥାଏ । ଅନ୍ୟପକ୍ଷେ କିଛି ଲୋକ ଏହି ଋତୁକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ତାହାର କାରଣ ହେଉଛି ସୁସ୍ୱାଦୁ ଆମ୍ବ । କିଛି ଲୋକଙ୍କର ଆମ୍ବ ଏତେ ପସନ୍ଦଯେ, ସେମାନେ ଗ୍ରୀଷ୍ମ ଋତୁକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଆମ୍ବ ଖାଇବା ବେଳେ ଆପଣଙ୍କୁ କିଛି ବିଶେଷ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ନଚେତ ଆପଣଙ୍କର ଲାଭ ହେବା ବଦଳରେ କ୍ଷତି ହେବ ।
ଆପଣ ଆମ୍ବକୁ ଅନେକ ଉପାୟରେ ଖାଇ ପରିବେ । କିଛି ଲୋକେ ଆମ୍ବ କାଟିକି ଖାଆନ୍ତ । କିଛି ଲୋକ ଆମ୍ବକୁ ଚୋବାଇ ଖାଇବାକୁ ପସନ୍ଦ କରନ୍ତି । ତେବେ ଆପଣ ଭାବୁଥିବେ ଆମେ ଏକଥା ଆପଣଙ୍କୁ କାହିଁକି କହୁଛୁ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଆମ୍ବ ଖାଇବା ପୂର୍ବରୁ ଆମ୍ବକୁ କିଛି ସମୟ ପାଣିରେ ଭିଜାଇ ରଖିବା ଉଚିତ । କାରଣ ଏହା କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଆସନ୍ତୁ ଜାଣିବା କାହିଁକି ଭିଜାଇଥିବା ଆମ୍ବ ଆମ ପାଇଁ ଲାଭଦାୟକ ଅଟେ ।
ଆମେ ସମସ୍ତେ ଜାଣିଛିଯେ, ଆମ୍ବ ଖାଇବା ଦ୍ୱାରା ମୁହଁରେ ପିମ୍ପଲ୍ ଓ ଆକ୍ନି ବାହାରିଥାଏ । ଯଦି ଆପଣ ଭିଜାଇଥିବା ଆମ୍ବ ଖାଇବା, ତେବେ ଏପରି ସମସ୍ୟା କମ୍ ହେବ ।
ଆମ୍ବ ଖାଇବା ଦ୍ୱାରା ଶରୀରରେ ଉତ୍ତାପ ବୃଦ୍ଧି ପାଇଥାଏ । ଯେଉଁଥିପାଇଁ ଥର୍ମୋଜେନେସିସ୍ ଉତ୍ପାଦନ ଆରମ୍ଭ ହୁଏ । ଯଦି ଆପଣ ଭିଜାଇଥିବା ଆମ୍ବ ଖାଆନ୍ତି, ତେବେ ଆପଣଙ୍କୁ ଏହିପରି ସମସ୍ୟା ବିଷୟରେ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ ।
ଗଛରେ ଭଲ ଆମ୍ବ ହେବା ପାଇଁ ପେଷ୍ଟିସାଇଡସ୍ ଓ ଇନ୍ସେକ୍ଟିସାଇଡସ୍ ର ବ୍ୟବହାର କରାଯାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥାଏ । କାରଣ ଏହାଦ୍ୱାରା ଆଖି ଏବଂ ଚର୍ମରେ ଜ୍ୱଳନ ହୋଇଥାଏ । ଏହା ସହିତ, ମୁଣ୍ଡବିନ୍ଧା ଏବଂ ବାନ୍ତି ହେବାର ମଧ୍ୟ ସମସ୍ୟା ଉପୁଜେ । ଆମ୍ବକୁ ଭିଜାଇବା ଦ୍ୱାରା ବିପଜ୍ଜନକ ରାସାୟନିକ ପଦାର୍ଥ ଦୂର ହୁଏ ଏବଂ ଫଳ ଖାଇବା ଯୋଗ୍ୟ ହୋଇଥାଏ ।
ଆମ୍ବ ଏକ ଶକ୍ତିଶାଳୀ ଫାଇଟୋକେମିକାଲ୍ ବୋଲି ଜଣାଶୁଣା । ତେଣୁ, ଯଦି ଆମେ ଏହାକୁ ଅଧ ଘଣ୍ଟା ଭିଜାଇ ରଖୁ, ତେବେ ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ହୋଇପାରେ । କାରଣ ଆମ୍ବକୁ ଏକ ପ୍ରାକୃତିକ ଫ୍ୟାଟ ବଷ୍ଟର ଭାବରେ ବିବେଚନା କରାଯାଏ ।
