ଦଶହରା ଦିନ କରନ୍ତୁ ଏହି ୫ଟି କାମ, ଧନଧାନ୍ୟରେ ପରିପୂର୍ଣ ହେବ ଘର
ଦୁର୍ଗା ପୂଜା ହିନ୍ଦୁଧର୍ମାବଲମ୍ବୀମାନଙ୍କର ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହି ପର୍ବର ଶେଷ ଦିନଟିକୁ ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ। ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ ଓ ଅର୍ଣର ଅର୍ଥ ଅକ୍ଷର । ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ ।
ଦଶହରାକୁ ବହୁତ୍ ପବିତ୍ର ଦିନ ବୋଲି ମନା ଯାଇଥାଏ। ଏହି ଦିନ ମା’ ଦୁର୍ଗା ପୁଣି ଦେବ ଲୋକକୁ ପ୍ରସ୍ଥାନ କରିଥାନ୍ତି। ଏହି ଦିନ ରାମ ରାବଣର ବଧ କରିଥିଲେ। କେବଳ ଏତିକି ନୁହଁ ଏହି ଦିନ କୁବେର ଧନର ବର୍ଷା କରି ପୃଥିବୀ ବାସିଙ୍କୁ ଧନଧାନ୍ୟରେ ପରିପୂର୍ଣ୍ଣ କରିଥିଲେ। ଆଜି ଆମେ ଜାଣିବା କିଛି ଉପାୟ ଯାହାକୁ ଦଶହରା ରେ କରିବା ଦ୍ୱାରା ଆପଣଙ୍କ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯିବ।
୧ – ଏହି ଦିନ ସମି ବୃକ୍ଷର ପୂଜା କରନ୍ତୁ। ପୂରଣ ଅନୁସାରେ କୁବେର ରାଜା ରଘୁଙ୍କୁ ବର ଦେବ ପାଇଁ ସମୀ ବୃକ୍ଷର ପତ୍ରକୁ ସୁନାର ବନେଇ ଦେଇଥିଲେ। ତେଣୁ ସମୀ ବୃକ୍ଷର ପୂଜା କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ।
୨- ଦଶହରାରେ ନୀଳ କଣ୍ଠ ପକ୍ଷୀର ଦର୍ଶନ ମିଳିଲେ ଏହାକୁ ଅତ୍ୟନ୍ତ ଶୁଭ ଧରାଯାଏ। କୁହାଯାଏ ଯେ ଏହି ପକ୍ଷୀର ଦର୍ଶନ ମିଳିଲେ ବର୍ଷଟି ଅତ୍ୟନ୍ତ ଶୁଭ ରେ କଟିଥାଏ।
୩- ରାବଣ ପୋଡ଼ି ପରେ ଯଦି କୌଣସି ଜଗାରେ କିଛି କାଠ ବଞ୍ଚି ଯାଇଥାଏ ତେବେ ତାହାକୁ ଆଣୀ କୌଣସି ଜାଗାରେ ସୁରକ୍ଷିତ ଭାବରେ ରଖି ଦିଅନ୍ତୁ। ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରବେଶ ଘରେ ହୋଇପାରେ ନାହି।
୪- ଦଶହରା ଦିନ ଲାଲ୍ ରଙ୍ଗର କୌଣସି ନୂଆ କପଡ଼ାରେ ମା ଦୁର୍ଗାଙ୍କ ପାଦ ପୋଛି ସେହି କପଡ଼ାକୁ ନିଜ ଧନ ରଖିବା ସ୍ଥାନ ରେ ରଖି ଦିଅନ୍ତୁ।
୫- ଦଶହରାରେ ମା’ ଦୁର୍ଗା ଯାତ୍ରା କରିଥାନ୍ତି। ତେଣୁ ଆପଣ ମଧ୍ୟ ଏହି ଦିନ କମ୍ ବାଟ ହେଉ କି ବେଶୀ ବାଟ କିନ୍ତୁ ଯାତ୍ରା କରନ୍ତୁ। ଏହି ଦିନ ଯାତ୍ରା କରିବା ଦ୍ୱାରା ଆପଣଙ୍କର ଯାତ୍ରା ଜନିତ ଥିବା ସମସ୍ତ ବିଘ୍ନ ନାଶ ହୋଇଥାଏ। ତେବେ ଏହି ସବୁ ଉପାୟ ଗୁଡ଼ିକ ଦଶହରା ଦିନ ନିଶ୍ଚିନ୍ତ ଭାବରେ ପାଳନ କରନ୍ତୁ।
ସମସ୍ତଙ୍କୁ ନମସ୍କାର । ଆମର ଏହି ଲେଖାଟି କେମିତି ଲାଗିଲା । ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ । ଏମିତି ସବୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ ।





