ଶନିବାର କରନ୍ତୁ ଏହି ଉପାୟ, ଦୋଷରୁ ମିଳିବ ମୁକ୍ତି
ପ୍ରତ୍ୟେକ ବ୍ୟକ୍ତି ଶନି ଦେବଙ୍କ ଅଶୁଭ ପ୍ରଭାବରୁ ସୁରକ୍ଷିତ ରହିବାକୁ ଚାହାଁନ୍ତି । ଶନିଙ୍କ ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତିକୁ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଶନିଙ୍କ ଓଲଟା ଚଳନ ଯୋଗୁଁ ବିଭିନ୍ନ ପ୍ରକାରର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଶନିଙ୍କ ଖରାପ ପ୍ରଭାବରୁ ବଞ୍ଚିବା ପାଇଁ ବ୍ୟକ୍ତିକୁ ହନୁମାନଙ୍କ ପୂଜା-ଅର୍ଚ୍ଚନା କରିବା ଉଚିତ୍ । ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଦୋଶରୁ ମୁକ୍ତି ମିଳିଥାଏ । ଧାର୍ମିକ କଥା ଅନୁଯାୟୀ ଭଗବାନ ହନୁମାନଙ୍କ ଭକ୍ତଙ୍କ ଉପରେ ଶନି ଦେବଙ୍କର କୌଣସି ଅଶୁଭ ପ୍ରଭାବ ପଡିନଥାଏ। ଆସନ୍ତୁ ଜାଣିବା ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ କଣ କରିବା ଆବଶ୍ୟକ.
ହନୁମାନ ଚାଳିସା ପାଠ:
ଯିଏ ନିୟମିତ ଭାବରେ ହନୁମାନ ଚାଳିସା ପଢନ୍ତି, ହନୁମାନ ସେହି ବ୍ୟକ୍ତିଙ୍କ ଉପରେ ବିଶେଷ କୃପା କରନ୍ତି ।
ଦୈନିକ ହନୁମାନ ଚାଳିସା ପଢିବା ଦ୍ୱାରା, ସମସ୍ତ ପ୍ରକାରର ଦୋଶରୁ ମୁକ୍ତି ମିଳିଥାଏ । ଶନି ଦୋଶରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ହନୁମାନ ଚାଳିସା ଏକାଧିକ ଥର ପାଠ କରନ୍ତୁ ।
ଶନିବାର କରନ୍ତୁ ସୁନ୍ଦରାକାଣ୍ଡ ପାଠ:
ଶନି ଦୋଶରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ସୁନ୍ଦରାକାଣ୍ଡ ପାଠ କରିବା ଉଚିତ୍ । ସୁନ୍ଦରାକାଣ୍ଡ ପଢିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ ।
ଏହି ମନ୍ତ୍ର ଜପ କରନ୍ତୁ:
ଓଁ ହଂ ହନୁମନ୍ତେ ନମଃ । ଏହାଦ୍ୱାରା ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ହନୁମାନଙ୍କ ଆଶୀର୍ବାଦରୁ ଶନି ଦୋଷ ଦୁର ହୋଇଥାଏ ।
ଭଗବାନ ରାମଙ୍କ ନାମ ସଂକୀର୍ତ୍ତନ କରନ୍ତୁ :
ଭଗବାନ ରାମଙ୍କ ନାମର ପବିତ୍ରତା ସମସ୍ତ ପ୍ରକାରର ଦୋଷରୁ ମୁକ୍ତି ଦେଇଥାଏ । ଯେଉଁ ବ୍ୟକ୍ତି ନିୟମିତ ଭାବରେ ପ୍ରଭୁ ରାମଙ୍କ ନାମ ସଂକୀର୍ତ୍ତନ କରିଥାଏ, ସେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତ ହୋଇଥାଏ ।
ସେହିପରି ଶନି ବର୍ତ୍ତମାନ ମକର ରାଶିରେ ବକ୍ରି ଅବସ୍ଥାରେ ଅଛନ୍ତି । ଶନି ମକର ରାଶିରେ ପୁରା ଜୁଲାଇ ଏହି ସ୍ଥିତିରେ ରହିବେ । ସମସ୍ତ ନଅ ଗ୍ରହ ମଧ୍ୟରେ ଶନିଙ୍କୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ରାଶିଫଳରେ ଶନି ଦୁର୍ବଳ ସ୍ଥିତିରେ ଥାଆନ୍ତି, ତେବେ ବ୍ୟକ୍ତିଙ୍କୁ ଅଶୁଭ ଫଳାଫଳର ସାମ୍ନା କରିବାକୁ ପଡିଥାଏ । ଶନି ଗ୍ରହର ଦୁର୍ବଳ ସ୍ଥିତି ଏବଂ ଅପ୍ରୀତିକର ଫଳାଫଳକୁ ଏଡାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ଦିଆଯାଇଛି। ଜାଣନ୍ତୁ ରାଶି ଅନୁଯାୟୀ ଶନି ଦୋଷରୁ ବଞ୍ଚିବା ପାଇଁ ଉପାୟ….
ମେଷ – ଶନିବାର ଦିନ ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ।
ବୃଷ – ଶନିବାର ଦିନ ଚଣା ଏବଂ ଗୁଡ ଦାନ କରନ୍ତୁ ।
ମିଥୁନ- ଶନିବାର ଦିନ କଳା ବସ୍ତ୍ର ଏବଂ ଲୁହା ଜିନିଷ ଦାନ କରନ୍ତୁ । ଏହା ବ୍ୟତୀତ ଶନି ଚାଳିସା ପାଠ କରନ୍ତୁ ।
କର୍କଟ- ଶନିବାର ଦିନ ମନ୍ଦିରକୁ ବିରି ଡାଲି ଦାନ କରନ୍ତୁ ।
ସିଂହ- କଳା ବସ୍ତ୍ର ଏବଂ ଲୁହାରେ ନିର୍ମିତ ଜିନିଷ ଦାନ କରିନ୍ତୁ ।
କନ୍ୟା- ଶନିବାର ଦିନ କନ୍ୟା ରାଶିର ଲୋକଙ୍କୁ କଳା ବସ୍ତ୍ର ଦାନ କରିବା ଶୁଭ ହେବ । ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।
ତୁଳା- ଶନି ମନ୍ତ୍ର ଜପ କରନ୍ତୁ । ଶନି ଦୋଷକୁ କମ୍ କରିବା ପାଇଁ ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ।
ବିଛା- ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ପକ୍ଷୀମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ।
ଧନୁ ରାଶି- ଶନିବାର ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କରନ୍ତୁ ।
ମକର ରାଶି – ମକର ରାଶିର ଲୋକମାନେ ଶନିବାର ଦିନ ଲୁହା, ସୋରିଷ ତେଲ ଦାନ କରନ୍ତୁ ।
କୁମ୍ଭ- ଶନି ମନ୍ତ୍ର ଜପ କରିବା ବ୍ୟତୀତ, ଶନି ଚାଳିସା ମଧ୍ୟ ପାଠ କରନ୍ତୁ ।
ମୀନ- ଶନି ଦେବଙ୍କୁ ଖୁସି କରିବା ପାଇଁ ଏହି ରାଶିର ଲୋକମାନେ ଶନି ମନ୍ଦିରକୁ ସଫା କରନ୍ତୁ ।
ବର୍ତ୍ତମାନ, ଶନିଙ୍କ ଦେବଙ୍କ ସାଢେ ସାତୀ ଧନୁ, କୁମ୍ଭ ଏବଂ ମକର ରାଶିରେ ଚାଲୁଛି। ମିଥୁନ ଏବଂ ତୁଳା ରାଶି ଶନି ଧାୟାଙ୍କ କବଳରେ ଅଛନ୍ତି। ଶନିଙ୍କ ମହାଦାଶାରେ ପୀଡିତ ରାଶିମାନଙ୍କୁ ଶାରୀରିକ, ଆର୍ଥିକ ଏବଂ ମାନସିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।
