ଦିବ୍ୟଜ୍ୟୋତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ଶାଳଗଡ଼ିଆ ବ୍ଲାକ କୋବ୍ରା ଚାମ୍ପିୟନ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ବାଘୁଆ ଖେଳ ପଡ଼ିଆରେ ଦିବ୍ୟଜ୍ୟୋତି କ୍ଲବ ଆନୁକୁଲ୍ୟରେ ଚାଲିଥିବା ୭ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ଉଦ୍ଯାପିତ ହୋଇଛି । ବାଘୁଆ ବ୍ଲାକ ଫାଇଆର ଓ ଶାଳଗଡ଼ିଆର ବ୍ଲାକ କୋବ୍ରା ମଧ୍ୟରେ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ବାଘୁଆ ୧୯୫ରନ ସଂଗ୍ରହ କରିଥିଲା । ଜବାବରେ ଶାଳଗଡ଼ିଆ ୧୨ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।
ସିମୁଳିଆ ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ଓ ୩ ନମ୍ବର ଜୋନ୍ର ଜିଲାପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ମ୍ୟାଚ୍ ଉଦ୍ଘାଟନ କରିଥିଲେ । ଉଦ୍ଯାପନୀ ସଭାରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟଅତିଥି ବଡ଼ନୁଆଗାଁ ସରପଞ୍ଚ ରିନାକ୍ଷି ଲତା ନାୟକ, ସମିତି ସଭ୍ୟା ସୁକାନ୍ତି ବାରିକି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ମୋଟ୍ ୮ ଗୋଟି ଦଳ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ତରଫରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଦ୍ୱୟଙ୍କ ମାଧ୍ୟମରେ ବିଜୟୀ ଦଳକୁ ୧୦୦୦୦ ଓ ରନର୍ସ ଅପ୍ ଦଳକୁ ୮୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ଗଣେଶ ମିଶ୍ର ଓ ମନୋରଞ୍ଜନ ପଣ୍ଡା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ । ପ୍ରକାଶ ବେହେରା, ତପନ ପୃଷ୍ଟି, ସନ୍ତୋଷ ବେହେରା, ସ୍ୱମ୍ ପ୍ରକାଶ ମହଲ, ଶୁଭମ୍ ଦାସ, ସିପୁନ ମୁଖି, ସୁଶାନ୍ତ, ରଣ, ବିଜୟ ଓଝା, ମାୟାଧର ବାରିକ, ଜନ୍ମେଜୟ ନାୟକ, ଚନ୍ଦନ ବାରିକ, ମିହିର ଦାସ, ଆଲୋକ ଦାସ, ଧରନିଧର ଦାସ, ଅନିଲ ଦାସ, ଦୀପକ ଓଝା ପ୍ରମୁଖ କମିଟି ମେମ୍ବର ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
