ବାଲେଶ୍ୱର : ଦିନିକିଆ ନୀଳଗିରି ଗସ୍ତରେ ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ
- ପଞ୍ଚାୟତ ଏବଂ ଏନଏସିର ୱାର୍ଡ଼ସ୍ତରରୁ ସଂଗଠନକୁ ମଜୁବତ କରିବା ପାଇଁ ଆହ୍ୱାନ
ନୀଳଗିରି : ବାଲେଶ୍ୱର ଜିଲା ବିଜେଡ଼ି ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଗୁରୁବାର ଦିନିକିଆ ନୀଳଗିରି ଗସ୍ତରେ ଆସିଥିବା ଅବସରରେ ବିଜେଡି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ନୀଳଗିରି ଜେଲରୋଡ ସ୍ଥିତ ଏନ୍ଏସି କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ତରଫରୁ ନିର୍ବାଚନ ମଣ୍ଡଳୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଳି ବିଧାୟକ ତଥା ଜିଲା ପର୍ଯ୍ୟବେକ୍ଷକ ଶ୍ରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମକର୍ତ୍ତାଙ୍କୁ ପଞ୍ଚାୟତ ଏବଂ ଏନଏସିର ୱାର୍ଡ଼ସ୍ତରରୁ ସଂଗଠନକୁ ମଜୁବତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହିତ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ । ସେହିପରି ଲୋକଙ୍କ ସହ ରୁହ, ଲୋକଙ୍କୁ ସେବା ଯୋଗାଇଦିଅ । ସବୁବେଳେ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଅ । ସରକାରୀ ଯୋଜନାରେ ଯେମିତି କେହି ବାଦ ନହୁଅନ୍ତୁ ଏଥିପାଇଁ ତୁମେ ସଜାଗ ରୁହ, ସୁଦୃଢ଼ ରୁହ । ଏମିତି କିଛି ଗୁରୁମନ୍ତ୍ର ମିଳିଛି ବିଜୁ ଛାତ୍ର ଓ ଯୁବ ଜନତା ଦଳର ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ।
ବୈଠକରେ ନୀଳଗିରି ବିଜେଡିର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ସଭାପତିତ୍ୱ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଘରେ ଘରେ ପହଞ୍ଚାଇବା ପାଇଁ ଜିଲା ବିଜେଡ଼ି ସଭାପତି ଇଂ. ରବିନ୍ଦ୍ର କୁମାର ଜେନା କର୍ମୀଙ୍କୁ ପରାମର୍ଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡ଼ିର ଯୁଗ୍ମ ସମ୍ପାଦକ ଗତିକୃଷ୍ନ ନନ୍ଦ, ଜିଲା ସହ-ପର୍ଯ୍ୟବେକ୍ଷକ ରଣଜିତ୍ ମହାପାତ୍ର, ସାରଦା ଜେନା ଓ ପ୍ରମୋଦ ଜେନା, ନୀଳଗିରି ଏନ୍ଏସି ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ପରିଡ଼ା, ଜିଲା ଯୁବ ବିଜୁ ଜନତା ଦଳ ସଭାପତି ତାପସ ପରିଡ଼ା, ନୀଳଗିରି ବ୍ଲକ ବିଜେଡ଼ି ସଭାପତି ବିଜୟ ଲେଙ୍କା, ଔପଦା ବ୍ଲକ ବିଜେଡି ସଭାପତି ଅଶୋକ ପ୍ରଧାନ, ବ୍ଲକ ଚେୟାରମେନ ଜାନକୀ ସିଂ, ଜିଲାପରିଷଦ ସଭ୍ୟ ସୁଭେନ୍ଦୁ ସେଖର ଜେନା ଓ ରଞ୍ଜୀତା ସିଂ, ଯୁବ ବିଜେଡ଼ି ସଭାପତି ଧୀରେନ୍ଦ୍ର ଲେଙ୍କା, ଔପଦା ବ୍ଲକ ଯୁବ ବିଜେଡ଼ି ସଭାପତି ବିଜୟ ପ୍ରଧାନ, ନୀଳଗିରି ଛାତ୍ର ବିଜେଡି ସଭାପତି ଫ୍ରାନ୍ସିସ୍ ବେକନ୍ ସ ଙ୍କ ସମେତ ବିଭିନ୍ନ ପ୍ରାନ୍ତରୁ ଯୁବକ, ନେତା ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
୧- ସଜନାଗଡ଼- ଗୁରୁବାର- ନିର୍ବାଚନମଣ୍ଡଳୀସ୍ତରୀୟ ବୈଠକରେ ଉଦ୍ବୋଧନ ଦେଉଛନ୍ତି ଜିଲା ପର୍ଯ୍ୟବେକ୍ଷକ


