ସୁବର୍ଣ୍ଣପୁର ରେ ଜିଲ୍ଲା ନିଯୁକ୍ତି ମେଳା ଅନୁଷ୍ଠିତ
ସୁବର୍ଣ୍ଣପୁର : ଡିଶା ଦକ୍ଷତା ବିକାଶ କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସୁବର୍ଣପୁର ମିଳିତ ସହଯୋଗରେ ଜିଲ୍ଲା ନିୟୋଜନ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ୍ ହଲ୍ ଠାରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ନିୟୋଜନ ଅଧିକାରୀ ସଂଯୁ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ୍ ମିଞ୍ଜ୍ ମୁଖ୍ୟ ଅତିଥି ଭାବରେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ଓ ଏହି ନିଯୁକ୍ତି ମେଳା ରେ ରାଜ୍ୟ ଭିତର ଏବଂ ରାଜ୍ୟ ବାହାରର ବିଭିନ୍ନ ୧୯ ଟି ସ୍ୱନାମଧନ୍ୟ ନିଯୁକ୍ତି ପ୍ରଦାନ କାରୀ ସଂସ୍ଥା ଅଂଶ ଗ୍ରହଣ କରିଥିଲେ ଓ ଜିଲ୍ଲା ର ସମସ୍ତ ଛଅ ଟି ବ୍ଲକ ରୁ ସହସ୍ରାଧିକ ଯୁବକ ଯୁବତୀ ଏହି ମେଳାରେ ନାମ ପଞ୍ଜୀକରଣ କରି ବିଭିନ୍ନ ମନପସନ୍ଦ ସଂସ୍ଥା ରେ ଯୋଗ ଦେବା ପାଇଁ ପଦକ୍ଷେପ ନେଇଥିଲେ ଇ ଆଜି ଏହି ନିଯୁକ୍ତି ମେଳାରେ ସମୁଦାୟ ୭୯୧ ଜଣ ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ବିଶେଷ ଭାବେ ୱରି ଫ୍ରି ଟେକ୍ନୋଲଜି ରେ ସର୍ବାଧିକ ୧୩୧ ଜଣ ଦ୍ୱିତୀୟ ରେ କେୟାର ଭିଜନ ପ୍ରାଇଭେଟ ଲିମିଟେଡ ରେ ୯୯ ଜଣ, ଜନ କଲ୍ୟାଣୀ ଫୋ?ଣ୍ଡସନ ରେ ୯୯ ଜଣ ଏବଂ ବେଦମାତା ଗ୍ରୁପ ପ୍ରାଇଭେଟ ଲିମିଟେଡ ରେ ୯୪ ଜଣ ନାମ ପଞ୍ଜୀକୃତ କରିଥିଲେ କ୍ଷ ସେହିପରି ଟାଟା ମୋଟର୍ସ ରେ ୨୭ ଜଣ ଏବଂ ଜିଓ ଫାଇବର ରେ ୫୫ ଜଣ ଯୁବା ପଂଜିକୃତ କରିଛନ୍ତି କ୍ଷ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବନ୍ଦ ହୋଇ ରହିଥିବା ନିଯୁକ୍ତି ମେଳା ଏହି ବର୍ଷ ଅନୁଷ୍ଠିତ ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ଯୁବା ବର୍ଗ ଆଗ୍ରହ ସହକାରେ ଅଂଶ ଗ୍ରହଣ କରିଥିଲେ କ୍ଷ ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ ସାହୁ ସ୍ୱାଗତ ଅବିଭାଷଣ ପ୍ରଦାନ ପୂର୍ବକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ କ୍ଷ ଯୁବାବର୍ଗ ଙ୍କୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ପାଇଁ ଏକ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ କ୍ଷ ସଭା କୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ କ୍ଷ କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I
