ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ
କେନ୍ଦୁଝର : କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୨୦୨୨-୨୩ ଶିକ୍ଷା ବର୍ଷର ବିଜ୍ଞାନ ଗଣିତ ଓ ପରିବେଶ ବିଜ୍ଞାନମେଳା ଉଦ୍ ଘାଟିତ ହୋଇଯାଇଛି ।ଏଥିସହ ୨୦୨୧-୨୨ ମସିହାର ଇନସ୍ପାୟାର ବିଜ୍ଞାନମେଳା ଆୟୋଜିତ ହୋଇଛି ।ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି ଯୋଗଦେଇ କୁନି କୁନି ବୈଜ୍ଞାନିକ ମାନଙ୍କୁ ଉଦବୋଧନ ଦେଇଥିଲେ । ତାଙ୍କର ବ୍ୟକ୍ତବ୍ୟରେ କିନି କୁନି ବୈଜ୍ଞାନିକ ମାନଙ୍କୁ ନିଜ ପ୍ରତିଭା ଆଗକୁ ଅଗ୍ରସର ହୋଇପାରିବେ ବିଜ୍ଞାନମେଳାରେ ଅଧ୍ଯୟନ କରୁଥିବା ଶିଶୁ ମାନଙ୍କ ପାଇଁ ଏକ ଉତମ ବ୍ୟବସ୍ଥା ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପରମେଶ୍ୱର ମହାନ୍ତ ବିଜ୍ଞାନ ମେଳାର ସ୍ୱଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସଭାରେ ଉପସ୍ଥିତ ରହି ଶିଶୁ ବୈଜ୍ଞାନିକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନୀତ ଅତିଥି ଭାବେ ଏନ୍ .ଏଚ. ଆଇ.ଏମ୍ ର ରିପ୍ରେଜେଣ୍ଟଟେଟିଭ ବିଜନ କୁମାର ସାହୁ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସଭାରେ ସଭାପତିତ୍ୱ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ପଦର୍ଶନୀର ଆବାହକ ସତ୍ୟନାରାୟଣ ମିଶ୍ର ମଂଚ ପରିଚାଳନା କରିବା ସହ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡିଏନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତିମୟୀ ପାତ୍ର,ସଦର ବ୍ଲକର ଶିକ୍ଷାଧିକାରୀ କ୍ଷେତ୍ରମୋହନ ହାଁସଦା,ପାଟଣା ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଉପସ୍ଥିତଥିଲେ । ଅଧ୍ୟାପକ ସଂଗ୍ରାମକେଶରୀ ବେହେରା ଏବଂ ଅଧ୍ୟାପକ ଡ଼. ମନୋଜ କୁମାର ସାମଲ ତଥା ଅନ୍ୟାନ୍ୟ ଅଧ୍ୟାପକ ମାନେ ଜଜ ରୂପେ ଉପସ୍ଥିତ ଥିଲେ । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନମେଳାରେ ୮୫ଜଣ ଏବଂ ଇନସ୍ପାୟର ବିଜ୍ଞାନ ମେଳାରେ ୧୨୪ଜଣ କୁନି ବୈଜ୍ଞାନିକ ସମେତ ୨୩୫ଜଣ ବିଜ୍ଞାନ ଶିକ୍ଷକ ସାମିଲ ହୋଇ ପ୍ରକଳ୍ପ ପଦର୍ଶନ କରିଥିଲେ ।
