ବାହାନଗା : ବାହାନଗା ବ୍ଲକ ଆରୁହାବାଡ଼ ସ୍ଥିତ ଉଦୟନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଜିଲ୍ଲା ସ୍ଥରୀୟ ବିଜ୍ଞାନମେଳାର ଉଦ୍ଘାଟିତ ହୋଇଯାଇଛି । ଏହି ସଭାରେ ସୋର ବିଧାୟକ ପର୍ଶୁରାମ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ମେଳାକୁ ଉଦ୍ଘାଟନ କରିଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷାଅଧିକାରୀ ବିଷ୍ଣୁଚରଣ ସୂତାର ସଭାପତିତ୍ୱ କରିଥିଲେ ।ଏହି ମେଳାରେ ମୁଖ୍ୟ ବକ୍ତାଭାବେ ଶ୍ରୀଯୁକ୍ତ କମଳାକାନ୍ତ ଜେନା ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଧରଣିଧର ପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରିଣୀ ପ୍ରାଚି ତନୟା ଗିରି, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ବାରିକ , ବାହାନଗା ବ୍ଲକ ଗୋଷ୍ଠି ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦାସ, ଜିଲ୍ଲା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ କୃଷ୍ଣ ମୋହନ ସିଂ,ସ୍କୁଲର ପ୍ରଧାନ ଶିକ୍ଷକ ରଂଜନ କୁମାର ଦାସ ଏହି ମେଳାରେ ସର୍ବମୋଟ ୮୭ଟି ପ୍ରୋଜେକ୍ଟ ନେଇ ଆସିଥିଲେ । ବିଚାରକ ଭାବେ ଅଜିତ କୁମାର ଜେନା,ଜଗନ୍ନାଥ ସାହୁ, ବସନ୍ତ ଦତ,ଦିଲ୍ଲୀପ କୁମାର ମିଶ୍ର ଯୋଗ ଦେଇଥିଲେ ।
Post Views: 26,183