ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ
ଝାରସୁଗୁଡ଼ା : ଜିଲ୍ଲା ସ୍ତରୀୟ ରବି ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ,ବରଗଡ଼ ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା, ବ୍ରଜରାଜନଗର ବିଧାୟିକା ପ୍ରତିନିଧି ବିଧାୟିକା ପ୍ରତିନିଧି ବିଶ୍ୱନାଥ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତପିରାମ ମାଝୀ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପ୍ରବୀର କୁମାର ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା,ଜିଲ୍ଲା ଯୋଗାଣ ଅଧିକାରୀ ବିଦୁର ଚନ୍ଦ୍ର ବଚ୍ଛର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ମେ\’ ମାସ ୧୫ତାରିଖରୁ ରବିଧାନ ସଂଗ୍ରହ ସକାଶେ ବୈଠକରେ ସ୍ଥିର କରାଯାଇଥିଲା । ସେହିପରି ଚାଷୀମାନେ ସୁରୁଖୁରୁରେ ରବିଧାନ ବିକ୍ରୟ ବେଳେ କିପରି ସରକାରୀ ଧାର୍ଯ୍ୟ ମୂଲ୍ୟ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଚାଷୀ ସଙ୍ଗଠନ ପ୍ରତିନିଧି,ମିଲର,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ଏ ଆର ସି ଏସ୍ , ଉଠା ଜଳସେଚନ ବିଭାଗ ଓ ଯୋଗାଣ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।
