‘ମୋ କଲେଜ ଅଭିଯାନ’ର ଜିଲାସ୍ତରୀୟ କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ର ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ‘ମୋ କଲେଜ ଅଭିଯାନ ପରିଚାଳନା ସଂଘ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ପିଢ଼ୀକୁ ପୁରାତନ ପିଢ଼ୀ ସହ ସଂଯୋଗ କରି ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ ।
ଉକ୍ତ ସଭାରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ପୌରହିତ୍ୟ କରିଥିଲେ । ବାଲେଶ୍ୱର ବିଧାୟକ ସ୍ୱରୂ କୁମାର ଦାସ ଏବଂ ପ୍ରାକ୍ତନ ଛାତ୍ର ସଂସଦର ସଭାପତି ପ୍ରଭାତ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୋ କଲେଜ ଅଭିଯାନର ସଂଯୋଜକ ଡ. ଅଭିଜିତ୍ ଦାସ ମଞ୍ଚ ପରିଚାଳନା କରିଥିଲେ । ସମଗ୍ର ସଭାରେ ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ସଂଯୋଜକମାନେ ତଥା ପୁରାତନ ଏବଂ ନୂତନ ଛାତ୍ରୀଛାତ୍ର ଯୋଗଦେଇଥିଲେ ।
