ବାରିପଦାରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ବାରିପଦା : ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜାତୀୟ ପ୍ରେସ ଦିବସ -୨୦୨୨ ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷର ଆଲୋଚନା ର ଶୀର୍ଷକ ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରକ୍ଷୀରେ ଜିଲାପାଳ କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମ ସମାଜରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏହାର ଅନୁପସ୍ଥିତିରେ ପ୍ରଗତି ଅସମ୍ଭବ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଏହି ସ୍ତମ୍ଭ ପ୍ରକୃତ ରେ ସୁଦୃଢ ସ୍ତମ୍ଭ.କାରଣ ବର୍ତମାନ ଗଣମାଧ୍ୟମର ପରିସର ଯେଉଁଭଳି ବ୍ୟାପକ ହୋଇଛି ସେଥିରେ ସାମ୍ବାଦିକତା କ୍ଷେତ୍ର ରେ ବାହ୍ୟ ଚାପ ଅପେକ୍ଷା ଆତ୍ମ ନିୟନ୍ତ୍ରଣର ଅଧିକ ଆବଶ୍ୟକତା ଅଛି ବୋଲି ବ୍ୟକ୍ତ କରିବା ସହ ପ୍ରଶାସନ ସପକ୍ଷରେ ପ୍ରକାଶିତ ସମ୍ବାଦ ଅପେକ୍ଷା ବିପକ୍ଷ ରେ ପ୍ରକାଶିତ ସମ୍ବାଦ ଉପରେ ବେଶୀ ଗୁରୁତ୍ୱ ଦିଅନ୍ତି ବୋଲି ସ୍ପଷ୍ଟ କରିଥିଲେ ।
ସେହିପରି ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଥିଲେ କି ରାଷ୍ଟ୍ର ନିର୍ମାଣରେ ସମ୍ବାଦିକତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ. ସେଥିପାଇଁ ଗଣମାଧ୍ୟମର ପ୍ରତିନିଧି ମାନେ ଏକ ଜନ ମଙ୍ଗଳ ରାଷ୍ଟ୍ରରେ ସର୍ବଦା ସତ୍ୟନିଷ୍ଟ ସମ୍ବାଦ ପରିବେଷଣ କରିବା ପାଇଁ ଯତ୍ନବାନ ହେବା ସହିତ ଆମ ଗଣତନ୍ତ୍ରକୁ ସୁଦୃଢ କରି ପ୍ରେସର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ତାଙ୍କ ବକ୍ତବ୍ୟ ରେ ଗଣମାଧ୍ୟମକୁ ପ୍ରଗତିର ଉତ୍ସ ବୋଲି ଅଭିହିତ କରିଥିଲେ। ସେହିପରି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର ମହାଭାରତର ସତ୍ୟବାଦୀ ଯୁଧିଷ୍ଠିର ଙ୍କ ଉଦାହରଣ ଦେଇ ରାଷ୍ଟ୍ର ର ମଙ୍ଗଳ ପାଇଁ ଅନ୍ୟକୁ କ୍ଷତି ନ ପହଞ୍ଚାଇ ଯଦି ନିତ୍ୟାନ୍ତ ଆବଶ୍ୟକ ପଡେ ତେବେ ପ୍ରକୃତ ସତ୍ୟ ଠାରୁ ପୂର୍ଣ୍ଣ ଭାବେ ଦୁରେଇ ନଯାଇ କିଛି ମାତ୍ରାରେ କମ ପ୍ରକାଶ କରି ରାଷ୍ଟ୍ର ନିର୍ମାଣରେ ଜଣେ ନାଗରିକ ହିସାବରେ ତାଙ୍କର ଅବଦାନ କୁ ଉତ୍ତମ ଭାବେ ପ୍ରତିପାଦିତ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସାମ୍ବାଦିକ ମାନଙ୍କ ତରଫରୁ ପ୍ରେସ ରୁମ ନିର୍ମାଣ ଉଦେଶ୍ୟ ରେ ଏକ ଜାଗା ପ୍ରଦାନ କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ଜିଲାପାଳ ସାମ୍ବାଦିକ ମାନଙ୍କ ଅନୁରୋଧ ରକ୍ଷା କରି ଏଥି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗଣ ମାଧ୍ୟମର ଜିଲା ତଥା ବ୍ଲକ ପ୍ରତିନିଧି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ ।
