ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ବାରିପଦା : ବାରିପଦା ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଅଙ୍ଗନବାଡି ତାଲିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୟୁରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗ ଦେଇ ଜିଲ୍ଲାର ସମସ୍ତ ୨୬ ଗୋଟି ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପରୁ ଆସିଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପରିଦର୍ଶିକା, ଅଙ୍ଗନବାଡି କର୍ମୀ, କିଶୋରୀ ବାଳିକା ଓ ମା ମାନଙ୍କୁ ପୋଷଣ ମାସ ପାଳନର ମହତ୍ୱ ଓ ଶିଶୁର ବିକାଶରେ ପୋଷଣର ଭୂମିକା ଓ ଉପାଦେୟତା ସମନ୍ଧରେ ଆଲୋଚନା କରିଥିଲେ । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଙ୍ଘ ମିତ୍ରା ପଟ୍ଟନାୟକ ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ବଗିଚା ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମିଲେଟ ମିଶନର ଅଗ୍ରଗତି ପାଇଁ ଦୈନନ୍ଦିନ ଖାଦ୍ୟରେ ଏହାକୁ ଉପଯୋଗ କରିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମ ମାଳା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ପୋଷଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବେତନଟୀ ସିଡିପିଓ ଉପମା ଗନ୍ତାୟତ, ବାଙ୍ଗରିପୋଷୀ ସିଡିପିଓ ମିନତୀ ଦାସଙ୍କୁ ପୁରସ୍କୃତ କରାଯିବା ସହିତ ପ୍ରତ୍ୟେକ ବ୍ଲକ ରୁ ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଏବଂ ସୁନ୍ଦର ସ୍ୱାସ୍ଥ୍ୟବାନ ୮ ଜଣ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ।
