ଜିଲ୍ଲା ସ୍ତରୀୟ ଜୁନିଅର ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ମୟୁରଭଞ୍ଜ – ବି ଚମ୍ପିୟାନ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ଓସିଏ ଭିଜନ ୨୦୨୪ ପାଇଁ ୧୬ ଓ ୧୯ ବର୍ଷରୁ କମ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୟୁରଭଞ୍ଜ – ବି ମୟୁରଭଞ୍ଜ – ଡ଼ି ଟିମକୁ ୧୦୫ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ସଂଗଠକ ଅମର କୁମାର ସେଠି ଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ ଓ ପ୍ରଥମେ ବ୍ୟାଟିଂ କରି ମୟୁରଭଂଜ- ବି ୩୫ ଓଭରରେ ସମସ୍ତ ଉଇକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ମୋହିତ ସାଗର ପ୍ରହରାଜ ସର୍ବାଧିକ ୬୪ ରନ, ଅଙ୍କିତ ଅମନ ଦାଶ ୨୭ ଓ ପୁରବ ରାଜେଶ ନନ୍ଦ ୨୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ତୁଷାର ମହାକୁଡ଼ ୫ ଟି ଓ ପ୍ରିୟଙ୍କ ପଟ୍ଟନାୟକ ୩ ଟି ଉଇକେଟ ଅକ୍ତିଆର କରିଥିଲେ ଓ ଉତରରେ ମୟୁରଭଂଜ- ଡ଼ି ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୮୯ ରନ କରିପାରିଥିଲେ ଓ ଦଳ ପକ୍ଷରୁ ଅମର ସାହା ୧୭ ଓ ସତ୍ୟ ରଂଜନ ମହାନ୍ତ ୧୬ ରନ କରିଥିବା ବେଳେ ବିପକ୍ଷ ଦଳର ପୁରବ ରାଜେଶ ନନ୍ଦ ୪ ଟି ଓ ରଶ୍ମି ରଞ୍ଜନ ମହାପାତ୍ର ୩ ଟି ଉଇକେଟ ଅକ୍ତିଆର କରିଥିଲେ ଓ ପୁରବ ରାଜେଶ ନନ୍ଦ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ଓ ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ ଓ ବାରିପଦା ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିବା ସହ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ମନୋଜ କୁମାର ସାଓ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କ୍ରିକେଟ ସହ ସମ୍ପାଦକ ହର ପ୍ରସାଦ ପାତ୍ର, ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ମିଡ଼ିଆ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ I
