ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବାଳକ ବିଭାଗରେ ଶୁଳିଆପଦା ଓ ବାଳିକା ବିଭାଗରେ ବାରିପଦା ଚାମ୍ପିୟନ ୫୮୦ ବିଦ୍ୟାଳୟକୁ ଫୁଟବଲ ପ୍ରଦାନ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ମୟୁରଭଂଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସହଯୋଗୀତାରେ ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ବାଳକ ଏବଂ ବାଳିକା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି ଓ ବାଳକ ବିଭାଗର ଫାଇନାଲରେ ଶୁଳିଆପଦଓ ଖୁଣ୍ଟା କୁ ୪-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିବାବେଳେ ବାଳିକା ବିଭାଗରେ ବାରିପଦା କୁସୁମୀ ବ୍ଲକକୁ ୪-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଓ ବାଳକ ବିଭାଗରେ ବାରିପଦା ଓ ବାଳିକା ବିଭାଗରେ କୁଳିଅଣା ତୃତୀୟ ସ୍ଥାନ ଅଧିକାର କରିଛି ଓ ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ମୋରଡା ବିଧାୟକ ରାଜକିଶୋର ଦାସ, ମୁଖ୍ୟ ବକ୍ତା ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଶିଷ୍ଟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି, ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଂଜନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ଓ ଶିକ୍ଷକ ଦୀପକ ରାମ, ହରିଶ ଚନ୍ଦ୍ର ରାଉତ, ପଙ୍କଜ ବେହେରା, ପ୍ରଦୀପ ଚୌଧୁରୀ, ଅବନୀ ଭଞ୍ଜ, ଦୁର୍ଗା ଚରଣ ମହାନ୍ତ, ଅଭିନନ୍ଦନ ମହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଏହି ଅବସରରେ ଜିଲ୍ଲା ଓଷ୍ଟଓର ସମ୍ପାଦକ ଚିତରଂଜନ ପଳତା, ମୟୁରଭଂଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଓ ଏମକେସି ଉଚ୍ଚ ବିଦ୍ୟାଳୟର ଡ୍ରାମ ବେଣ୍ଡ ଓ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର କଳାକାର ମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିବା ସହ ଜିଲ୍ଲାର ୫୮୦ଟି ସ୍କୁଲକୁ ଫୁଟବଲ ପ୍ରଦାନ କରାଯାଇଥିବାର ଜଣାଯାଇଛି । ଏହି ଅବସର ରେ ବରିଷ୍ଠ ଫୁଟବଲ ଖେଳାଳି ପରେଶ ଦାସ ତାଙ୍କ ରଚିତ ଫୁଟବଲ ଖେଳ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ ଓ
