ଭାରତୀୟ ରେଡ଼କ୍ରସ ସୋସାଇଟିର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ
ବାରିପଦା : ମୟୁରଭଞ୍ଜ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖାର ଅଧକ୍ଷ ବିନୀତ ଭରଦ୍ୱାଜଙ୍କ ଅଧକ୍ଷତାରେ ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଜରୁରୀ ଅଧିକାରୀ ତଥା ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ସୁଜୟ କୁମାର ପତି ବିଗତ ବର୍ଷ କାର୍ଯ୍ୟକାରୀ କମିଟି ମିଟିଂ ବିବରଣୀ ଉପସ୍ଥାପନ କରିଥିବା ବେଳେ, ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ହେମନ୍ତ କୁମାର ସିଂ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ସୁଚାରୁ ବଳ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷା ଅଧକାରୀ, ଏମ.ପି.ସି. ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ଙ୍କ ସମେତ ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଦସ୍ୟ ସୁବାସ ସାହୁ, ପୃଷ୍ଠପୋଷକ ସୂର୍ଯ୍ୟ କାନ୍ତ ନାଏକ, ଉପ ପୃଷ୍ଠପୋଷକ ଆଜୀବନ ସଦସ୍ୟ ଦୀପକ ମିଶ୍ର, ଅମର ସେଠି, ମନୋଜ କୁମାର ସାହୁ, ସୋମନାଥ ସିଂ, ଭାସ୍ୱତୀ ବାରିକ, ବିପ୍ଳବ ବୁଗୁଡ଼ାଇ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ବୈଠକରେ ବିଗତ ବର୍ଷର କାର୍ଯ୍ୟକ୍ରମ ଉପଲବ୍ଧି ତଥା ଆଗାମୀ ବର୍ଷର ଏକ୍ସନ ପ୍ଲାନ ସମ୍ଭନ୍ଧରେ ଆଲୋଚନା ହୋଇଥିବା ବେଳେ, ଜିଲ୍ଲା ଜରୁରୀ କାଳୀନ ବିଭାଗର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।
