ସୀତାରାମ ସେବା ସମିତି ଦ୍ୱାରା କମ୍ବଳ ବଣ୍ଟନ
କୋରାଇ : କୋରାଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଂଚାୟତର ଧନପୁର ଗ୍ରାମର ସୀତାରାମ ସେବା ସମିତି ପକ୍ଷରୁ ୨ୟ ପର୍ଯ୍ୟାୟ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦ ତାରିଖ ରାତ୍ରୀରେ ପାଣିକୋଇଲି, ଯାଜପୁରରୋଡ ରାସ୍ତା କଡ ଓ ଓଭରବ୍ରିଜ ତଳ ଓ ରେଲୱେ ଷ୍ଟେସନ କଡରେ ରହିଥିବା ଅସହାୟମାନଙ୍କୁ କମ୍ବଳ ବଂଟନ କରାଯାଇଥିଲା । ଆଜି ଧନପୁର ଦୋଳ ମଣ୍ଡପ ଠାରେ ଧନପୁର, ଓଚିନ୍ଦା, ମୁଲରୀ, ତାଜପୁର, ଆଲିଆ, ଫର୍ତିପୁର, ବେଗନା, ମୃତ୍ୟୁଂଜୟପୁର ଅଲଡା, ରଣସରପୁର, କୋରାଇ ଆଦି ଗ୍ରାମରୁ ଆସିଥିା ୧୦୬ଜଣ ଅସହାୟ, ଭିନ୍ନକ୍ଷମ, ବୃଦ୍ଧ/ବୃଦ୍ଧା ମାନଙ୍କୁ ସମିତି ପକ୍ଷରୁ କମ୍ବଳ, ତେଲ ଓ ଖାଦ୍ୟ ପୁଡିଆ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗାୟକ ରତ୍ନ ରଘୁନାଥ ପାଢୀ, ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ସୁବାସ ଧଳ ଅତିଥିଭାବେ ଯୋଗଦେଇଥିବା ବେଳେ ଗ୍ରାମ୍ୟ ମୁରବୀ ଶ୍ରୀଧର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ବାରିକ, ଜଗତ ମହାନ୍ତି, ରବି ନାରାୟଣ ମାଝୀ, ଅନିଲ ବୋଇତାଇ, ପ୍ରଶାନ୍ତ ସାହୁ ଓ ଅଜୟ ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୀତାରାମ ସେବା ସମିତିର ପ୍ରତିଷ୍ଠାତା ଯୁଧିଷ୍ଟିର ସାହୁ, ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ସହସମ୍ପାଦକ ପ୍ରୀୟବ୍ରତ ମାଝୀ, କୋଷାଧକ୍ଷ୍ୟ ଅମୀୟ କୁମାର ସାହୁ, ସଭ୍ୟ କୃଷ୍ଣ ଚନ୍ଦ୍ର ପାଢୀ, ଚନ୍ଦନ କବି, ରଘୁନାଥ ମହାପାତ୍ର, ଅଶୋକ ମହାରଣା, କାଳନ୍ଦୀ ସାହୁ, ସୌମ୍ୟରଂଜନ ସାହୁ, ରାମେଶ୍ୱର ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।
