ଝାରସୁଗୁଡ଼ା-ଦିଲ୍ଲୀ ବିମାନ ନୂତନ ସମୟ ସାରଣୀକୁ ନେଇ ଅସନ୍ତୋଷ
ଝାରସୁଗୁଡ଼ା : ସ୍ପାଇସଜେଟ ଏୟାରୱେଜ ପକ୍ଷରୁ ଗତ ୨୦୧୯ ମାର୍ଚ୍ଚ ୩୧ ତାରିଖ ଠାର ଦିଲ୍ଲୀ, କଲିକତା, ହାଇଦ୍ରାବାଦ ବିମାନସେବା ଆରମ୍ଭ ହୋଇ ନିୟମିତ ବିମାନ ଉଡ଼ାଣ କରୁଛି । କିନ୍ତୁ ବମ୍ବେ, ବାଙ୍ଗାଲୋର, ଚେନାଇ, ପାଟଣା, ଗୋହାଟି ସେବା ବର୍ତମାନ ବନ୍ଦ ରହିଛି । ଚଳିତ ମାସ ୩୧ ତାରିଖରୁ ସ୍ପାଇସଜେଟ ଏୟାରୱେଜ ପକ୍ଷରୁ ଝାରସୁଗୁଡ଼ା-ଦିଲ୍ଲୀ ଓ ଦିଲ୍ଲୀ-ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳର ନୂତନ ସମୟ ସାରଣୀ ପ୍ରକାଶ ପାଇଛି । ବର୍ତମାନ ଏହାର ସମୟ ୧୪ଟା ୫୦ରେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ାରେ ୧୬.୫୦ରେ ପହଚୁଂଛି । ପୁନଶ୍ଚ ଝାରସୁଗୁଡ଼ାରୁ ୧୭.୨୦ରେ ବାହାରି ଦିଲ୍ଳି ରେ ୧୯.୩୫ ପହଚୁଂଛି । କିନ୍ତୁ ଅକଟୋବର (୩୧/୧୧/୨୦୨୧) ତାରିଖରୁ ଦିଲ୍ଲୀ ରୁ ୧୭ ଟା ୨୦ ମିନିଟରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ୧୯ଟା ୩୫ ମିନିଟରେ ପହଂଚିବ । ସେହିପରି ଝାରସୁଗୁଡ଼ାରୁ ସନ୍ଧ୍ୟା ୮ଟା ରେ ବିମାନ ଉଡ଼ିବା ସହ ରାତି ୧୦ଟା ୨୫ରେ ଦିଲ୍ଲୀରେ ପହଂଚିବ ଏହି ନୂତନ ସମୟ ସାରଣୀକୁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
କାରଣ ସ୍ପାଇସଜେଟ ଏୟାରୱେଜରେ ବିଶେଷ କରି ରାୟଗଡ, ରାଉଲକେଲା, ବରଗଡ, ଦେବଗଡ, ବଲାଙ୍ଗିର, ଝାଡଖଣ୍ଡ, ସମ୍ବଲପୁର ଜିଲାର ଯାତ୍ରୀ ମାନେ ଯାତ୍ରା କରି ଥାଆନ୍ତି । ଦିଲ୍ଲୀରେ ମେଟ୍ରୋ ରାତି ୧୧ ଟା ପରେ ବନ୍ଦ ହୋଇ ଯାଏ । ଯାହାଫଳ ରେ ଯାତ୍ରୀ ମାନେ ବିଶେଷ ଅସୁବିଧା ର ସମ୍ମୁଖୀନ ହେବେ ଯାତ୍ରୀ ମାନେ ପ୍ରକାଶ କରିଛନ୍ତି । ସେହିପରି ଝାରସୁଗୁଡ଼ାରୁ ଯାତ୍ରା କରୁ ଥିବା ଯାତ୍ରୀ ମାନେ ଦୂରଦୁରାନ୍ତ ଆସୁ ଥିବାରୁ ସେମାନଙ୍କ ଚିନ୍ତା ବଢିଛି । ସ୍ପାଇସଜେଟ ଏୟାରୱେଜ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରା ଯାଇଛି ।ଏଠାରେ ସୂଚନା ଯୋଗ୍ୟ ସ୍ପାଇସଜେଟ ଏୟାରୱେଜ ପକ୍ଷରୁ ଗତ ୨୦୧୯ ମାର୍ଚ୍ଚ ୩୧ ତାରିଖ ରେ ଏହି ପରି ନୂତନ ସମୟ ସାରଣୀ କୁ ନେଇ ଯାତ୍ରୀ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇ ଥିଲା । ପରେ ଯାତ୍ରି ମାନେ ଅସନ୍ତୋଷ ପ୍ରକାଶ କରିବାରୁ ସମୟ ରେ ପରିବର୍ତନ କରା ଯାଇ ଥିଲା । ସ୍ପାଇସଜେଟ ଏୟାରୱେଜ ମନ ମୁଖି କାର୍ଯ୍ୟ ର ବହୁ ଉଦାହରଣ ମଧ୍ୟ ରହିଛି । ଚଳିତ ୯-୧୦-୨୦୨୧ ତାରିଖ ରେ ଝାରସୁଗୁଡା ରୁ ବାଙ୍ଗାଲୋର ଯାଇ ଥିବା ସ୍ପାଇସଜେଟ ଏୟାରୱେଜ ବିମାନ ହାଇଦ୍ରାବାଦ ରେ ପହଚିଂବା ପରେ ଯାତ୍ରି ମାନଙ୍କୁ ବାଙ୍ଗାଲୋର ଯିବ ନାହିଁ ବୋଲି ହଠାତ୍ କୁହା ଗଲା । ଯାହା ଫଳରେ ଯାତ୍ରା କରି ଥିବା ବୟସ୍କ,ବ୍ୟକ୍ତି ଛୋଟ ପିଲା ମାନ ଙ୍କ ପାଇଁ ସମାସ୍ୟା ସୃଷ୍ଟି ହେଲା ଏହି ବିମାନରେ ଯାତ୍ରା କରୁ ଥିବା ୪୦ ଜଣ ରୁ ଉର୍ଦ୍ଧ ଯାତ୍ରି ମାନେ ବହୁ ଆପର୍ତି ଅଭିଯୋଗ କରିବାରୁ ରାତ୍ରି ୨ଟାରେ ବିମାନ ସେବା ଯୋଗାଇ ଦିଆ ଯାଇଥିଲା । ଯାତ୍ରି ମାନେ ସକାଳ ୪-୩୦ ମିନିଟରେ ବାଙ୍ଗାଲୋର ପହଚିଂ ଥିଲେ । ଯାତ୍ରି ମାନଙ୍କୁ ଉପ୍ଯୁକ୍ତ ଖାଦ୍ୟ ମଧ୍ୟ ଦିଆ ଯାଇ ନଥିଲା ବୋଲି ଏହି ବିମାନରେ ଯାତ୍ରା କରି ଥିବା ଫୁଫୁ ମହାନ୍ତି , ସମିଷ୍ଠା ମହାନ୍ତି ପ୍ରକାଶ କରିଛନ୍ତି ।
ଝାରସୁଗୁଡ଼ାଏୟାରପୋର୍ଡର ଅଧ୍ୟକ୍ଷ ପବନ କୁମାର ଜୁଷ୍ଟି ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ସ୍ପାଇସଜେଟ ଏୟାରୱେଜ କମିଟି ଦା୍ୱରା ଅନୁମୋଦିତ ସମୟ ସାରଣୀ ପ୍ରକାଶ କରା ଯାଇ ଥାଏ । ଯଦି ଅଭିଯୋଗ ମିଳେ ତେବେ ତାଙ୍କ ଉଚ୍ଚ ବିଭାଗୀୟ ଏୟାରପୋର୍ଡ କର୍ମକର୍ତ୍ତ ଙ୍କ ମାଧ୍ୟମରେ ସ୍ପାଇସଜେଟ ଏୟାରୱେଜ କୁ ଅବଗତ କରାଇବେ । ଝାରସୁଗୁଡ଼ା ବଣିକ ସଂଘ ଓ ନାଗରିକ ସଂଘ ପକ୍ଷରୁ ଆସନ୍ତା ୨୬ ତାରିଖ ରେ ଝାରସୁଗୁଡା ଆସୁ ଥିବା କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରୀ ଆଦିତ୍ୟରାଜ ସିନ୍ଧିଆ ଙ୍କୁ ଭେଟି ସ୍ପାଇସଜେଟ ଏୟାରୱେଜ ର ମନମୁଖୀ କାର୍ଯ୍ୟ ବମ୍ବେ, ବାଙ୍ଗାଲୋର , ଚେନାଇ , ପାଟଣା, ଗୋହାଟି ସେବା ଶ୍ରିଘ ଚାଳାଚଳ ବିଷୟରେ ଅଭିଯୋଗ ପତ୍ର ଦିଆ ଯିବ ବୋଲି ବଣିକ ସଂଘ ର ଚେମ୍ବର ଅଫକମର୍ସର ସଭାପତି ହୀରାଲାଲ ଲୋକଚାନ୍ଦିନୀ ପ୍ରକାଶ କରିଛନ୍ତି ।
