ସ୍ୱେଚ୍ଛାକୃତ ଅବସର ନେଲେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ
ଭୁବନେଶ୍ୱର : ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ସୁଦର୍ଶନ ପାଲ ଠାକୁର ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଆସନ୍ତା ମେ ୧ ତାରିଖରୁ ସେ ଆଇଏଏସ ପଦବୀକୁ ବିଦାୟ ଦେବେ । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ଆବେଦନକୁ ମଞ୍ଜୁରୀ ମିଳିଛି । ଅନ୍ୟ ପକ୍ଷେ ବରିଷ୍ଠ ଆଇପିଏସ ବିଜୟ ଶର୍ମା ମଧ୍ୟ ପଦବୀରୁ ଛୁଟକାରା ପାଇଛନ୍ତି ।
ବର୍ତ୍ତମାନ ପ୍ରିଣ୍ଟିଂ, ଷ୍ଟେସନାରୀ ଏବଂ ପବ୍ଲିକେଶନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ତାଙ୍କ ସ୍ୱେଚ୍ଛାକୃତ ଅବସର ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର । ଦୁଇ ଜଣ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ କାରଣରୁ ଅବସର ନେଉଥିବା ଶୁଣିବାକୁ ମିଳିଛି । ତେବେ ତାହା କର ହୋଇପାରେ, ତାହା ଏବେ ଅସ୍ପଷ୍ଟ ।
