ଦୀନକୃଷ୍ଣ ସ୍ମୃତି ପରିଷଦର ୪୪ତମ ନବବର୍ଷ ସାରସ୍ୱତ ଉତ୍ସବ- ମାନବିକ ମୂଲ୍ୟବୋଧ ରକ୍ଷା ଦିଗରେ କବି ଓ ସାହିତ୍ୱିକଙ୍କ ଅଂଗିକାର ଗୁରୁତ୍ୱପୂର୍ଣ୍ଣ
ଜଳେଶ୍ୱର : ବିପୁଳ ଆନନ୍ଦ ଉତ୍ସାହ ମଧ୍ୟରେ ଦୀନକୃଷ୍ଣ ସ୍ମୃତି ପରିଷଦର ୪୪ତମ ନବବର୍ଷ ସାରସ୍ୱତ ଉତ୍ସବ ତାରୁଣ୍ୟ ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପରିଷଦର ସଭାପତି ଡ. ରମାକାନ୍ତ ଭଂଜ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣରେ ଏଭଳି ମିଳନ ମାନବିକ ମୂଲ୍ୟବୋଧ ପୂରଣ କରିବାରେ ସମର୍ଥ ବୋଲି କହିଥିଲେ । ଏଥିରେ ଅତିଥିଭାବରେ ଡ. ବିଜୟ କୁମାର ମିଶ୍ର, ମୁଖ୍ୟବକ୍ତାଭାବେ ଡ. ରଜନୀକାନ୍ତ ଭୂୟାଁ, ସମ୍ମାନୀତ ଅତିଥିଭାବେ ଅକ୍ଷୟ ନାରାୟଣ ଦାସ ମହାପାତ୍ର, ଆଡଭୋକେଟ ରାମଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ଦେଖାଦେଇଥିବା ମୂଲ୍ୟବୋଧ ନଷ୍ଟ ଏ ଜାତିକୁ ସନ୍ମାର୍ଗ ଦେଖାଇବା ଦିଗରେ କବି ଓ କଳାକାର ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ପ୍ରତିଷ୍ଠାତା ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ଦୀର୍ଘ ୪୪ବର୍ଷ ଧରି ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ ନିରବଛିନ୍ନ ଭାବେ ପାଳନ କରାଯାଉଥିବା ଏବଂ ଉପସ୍ଥିତ କବି, କଳାକାର, ସାରସ୍ୱତ ପ୍ରତିଭାଧରଙ୍କୁ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ଯୋଗେଶ ଚନ୍ଦ୍ର ରାଉଳ ମଂଚ ଆହ୍ୱାନ ଓ ନଳିନୀ କାନ୍ତ ମହାପାତ୍ର ଗୀତା ଓ ବେଦପାଠ କରିଥିଲେ । ରଂଜନ କୁମାର ଘୋଷଙ୍କ ସଂଯୋଜନାରେ ଆୟୋଜିତ କବିତାପାଠୋତ୍ସବରେ କବି ବସନ୍ତ ଦାସ, ପ୍ରଫୁଲ୍ଲ କୁମାର ଗିରି, ରବିନ୍ଦ୍ର ସେନାପତି, ଶଶୀକାନ୍ତ ପ୍ରଧାନ, ନିକୁଞ୍ଜ କୁମାର ଘୋଷ, ଜଳଧର ଭଂଜ, ଭାଷ୍କର ଚନ୍ଦ୍ର ବେହେରା, ସୁଶିଲ କୁମାର ମହାନା, ପ୍ରଶାନ୍ତ ରାଉଳ, ମହୋଶ୍ୱର ପ୍ରଧାନ, ହେମନ୍ତ ଦାସ, ବିନି ପ୍ରମାଣିକ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । କବି ବଂକିମ ଚନ୍ଦ୍ର ଦେଙ୍କ ‘ ତୁମେକି ଜାଣନା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବ୍ରଜେନ୍ଦ୍ର ନାଥ ଗିରି ପୁସ୍ତକର ସମୀକ୍ଷା କରିଥିଲେ । ଜ୍ୟୋତିଷ ଚନ୍ଦ୍ର କର, ସୁଜାତା ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁବଳ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
