ଦିବ୍ୟାଙ୍ଗ ମହିଳାଙ୍କୁ କୃତ୍ରିମ ଗୋଡ଼ ପାଇଁ ସହାୟତାର ହାତ ବଢ଼ାଇଲା ‘ମେ ଆଇ ହେଲ୍ପ ୟୁ’
ଲଙ୍ଗଳେଶ୍ୱର (ସୁବାସ ଦାସ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ବରୁଣଗଡ଼ିଆ ଗ୍ରାମର ଗିରିଜା ଶଙ୍କର ଜେନାଙ୍କ ପତ୍ନୀ ପୁଷ୍ପଲତା ବିଲରେ କାମ କରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଡାହାଣ ଗୋଡ଼ ପାଦରେ ଘାଆ ସୃଷ୍ଟି ହୋଇଥିଲା l ପରିବାରର ଆର୍ଥିକ ଅନାଟନ ଓ କୋରାନାର କଟକଣା ଯାଗୁଁ ସଠିକ ଭାବରେ ମେଡିକାଲ ଯାଇ ନପାରିବା ହେତୁ ପାଦରେ ଘାଆଟିର ଵୃଦ୍ଧି ଦେଖା ଦେଇଥିଲା I ପରେ ଉକ୍ତ ଘାଆଟି କ୍ୟାନ୍ସରରେ ପରିଣତ ହୋଇଥିଲା l ଚିକତ୍ସା ପାଇଁ ଗତ ବର୍ଷ ବାଲେଶ୍ୱର ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲରେ ଭର୍ତି ହୋଇ ଶେଷରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସର୍ଜରୀ କରି ନିଜର ଗୋଡ଼ ହରାଇବାକୁ ପଡିଥିଲା l ପରେ ପୁଷ୍ପିତାଙ୍କ ଚଳିବା ଏବଂ ଚଲା ବୁଲାରେ ଅସୁବିଧା ହେତୁ ସେ ଏବଂ ତାଙ୍କ ପରିବାର ନିଜ ବାପ ଘର ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଦୀର୍ଘ ଦିନ ହେଲା ଏକ ଛୋଟ ଚାଳ ଘରେ ରହି ଆସୁଛନ୍ତି l ଗୋଡ଼ରେ ପାଦ ହରାଇଥିବା ହେତୁ ପୁଷ୍ପିତା ଜଣେ ଦିବ୍ୟାଙ୍ଗ ମହିଳା ହେବା ସହିତ ଏବେ ମଧ୍ୟ ମଧୁମେହ ରୋଗରେ ପୀଡିତ l ସ୍ୱାମୀ ଗିରିଜା ଧାର କରଜ କରି ଅସ୍ତ୍ରପ୍ରଚାର ଏବଂ ଔଷଧରେ ପ୍ରାୟତଃ ଦେଢ଼ରୁ ଲକ୍ଷ୍ୟରୁ ଉର୍ଦ୍ଧ ଖର୍ଚ୍ଚାନ୍ତ କରିବା ସତ୍ୱେ ଏବେବି ସ୍ତ୍ରୀ ପୁଷ୍ପିତା ସମ୍ପୂର୍ଣ୍ଣ ରୂପେ ଭଲ ହୋଇନାହାନ୍ତି l ବର୍ତ୍ତମାନ ସ୍ୱାମୀ ଗିରିଜା ପକ୍କା କାମ କରି କରଜ ସୁଜିବା ସହିତ ପୁଷ୍ପିତାଙ୍କ ମେଡ଼ିସିନ ଏବଂ ଘର ଚଳିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ସମସ୍ତ ଘଟଣା ସ୍ୱାମୀ ଗିରିଜା ଙ୍କ ପାଖରୁ ଜାଣିବା ପରେ ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ, ବାଲିଆପାଳ ଶାଖାର କାର୍ଯ୍ୟନିର୍ବାହୀ ସଭାପତି ରାଜକିଶୋର ପାତ୍ର ଶାଖାର ମୁଖ୍ୟ ପରାମର୍ଶ ଦାତା ମନୋରଞ୍ଜନ ପାଣିଗ୍ରାହୀ ଏବଂ ସଂଗଠନର ରାଜ୍ୟ ସଭାପତି ଜଗନ୍ନାଥ ପରିଡ଼ାଙ୍କୁ ଜଣାଇଥିଲେ l ପରେ ସେମାନଙ୍କ ପ୍ରେରଣା ଏବଂ ନିଜର ଚେଷ୍ଟା ବଳରେ ସାମାଜିକ ଗଣ ମାଧ୍ୟମରୁ ଖବର ପାଇ ଭୁବନେଶ୍ୱର ସ୍ଥିତ ରେଡ ସ୍ୱସ୍ତିକ ନାମକ ସାମାଜିକ ସଂଗଠନ ସହିତ ଯୋଗାଯୋଗ କରିଥିଲେ l ଉକ୍ତ ସଂଗଠନ କୁ ଦିବ୍ୟାଙ୍ଗ ମହିଳା ପୁଷ୍ପିତାଙ୍କ ସମସ୍ତ କାଗଜ ପତ୍ର ପଠାଇ କୃତ୍ରିମ ଗୋଡ଼ର ବ୍ୟବସ୍ଥା ପାଇଁ ରାଜକିଶୋର ପାତ୍ର ଅନୁରୋଧ କରିବା ସହିତ ନାମ ପଞ୍ଜିକରଣ କରାଇଥିଲେ l ଗତ ୬ ତାରିଖରେ ଭୁବନେଶ୍ୱରର ସାମାଜିକ ସଂଗଠନ ରେଡ ସ୍ୱସ୍ତିକ ପୁଷ୍ପିତା ଜେନାଙ୍କୁ ଭୁବନେଶ୍ୱର ଆଣିବା ପାଇଁ ରାଜକିଶୋର ପାତ୍ରଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରିଥିଲେ l ପୁଷ୍ପିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ରାଜକିଶୋର ପାତ୍ର ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ, ବାଲିଆପାଳ ଶାଖାର ସମସ୍ତ ସଦସ୍ୟ ପରାମର୍ଶ କ୍ରମେ ସଂଗଠନ ତରଫରୁ, ନିଜସ୍ୱ ଆର୍ଥିକ ଅନୁଦାନ ସହିତ ସଂଗଠନର ଉପସଭାପତି ଆଶିଷ ପଣ୍ଡାଙ୍କ ଆର୍ଥିକ ଅନୁଦାନ ବଳରେ ଦିବ୍ୟାଙ୍ଗ ମହିଳା ପୁଷ୍ପିତା ଏବଂ ତାଙ୍କ ସ୍ୱାମୀ ଗିରିଜାଙ୍କୁ ଅଟୋରେ ଘରୁ ବାଲେଶ୍ୱର ରେଳ ଷ୍ଟେସନ ଆଣିବା, ଭୁବନେଶ୍ୱର ଯିବାପାଇଁ ରେଳ ଟିକଟର ବ୍ୟବସ୍ଥା କରିବା, ଷ୍ଟେସନରୁ ରେଡ ସ୍ୱସ୍ତିକ ର ଅଫିସ ଆସିବା ଏବଂ ସେଠାରୁ ପୁଣି ଭୁବନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ ଯିବାର ଅଟୋର ବ୍ୟବସ୍ଥା, ଖାଇବାର ବ୍ୟବସ୍ଥା, ଭୁବନେଶ୍ୱରରୁ ବାଲେଶ୍ୱର ଆସିବାର ରେଳ ଟିକଟର ବ୍ୟବସ୍ଥା ସହିତ ନିଜେ ରାଜକିଶୋର ପାତ୍ର, ଉପସଭାପତି ଆଶିଷ ପଣ୍ଡା ସମସ୍ତ କାମରେ ସହଯୋଗ ପାଇଁ ତାଙ୍କ ସହିତ ଉପସ୍ଥିତ ଥିଲେ l ଭୁବନେଶ୍ୱରରେ ରେଡ ସ୍ୱସ୍ତିକ ନାମକ ସଂଗଠନ ତରଫରୁ ପୁଷ୍ପିତାଙ୍କ କୁତ୍ରିମ ଗୋଡ ପାଇଁ ମାପ ନେବା ସହିତ ଅନ୍ୟାନ୍ୟ ପରୀକ୍ଷା କରି ଟୋକନ ର ବ୍ୟବସ୍ଥା କରାଇଥିଲେ l ସଂଗଠନ ତରଫରୁ ଆଗାମୀ ତିନିମାସ ଭିତରେ ସମ୍ପୂର୍ଣ୍ଣ ରୂପେ କୃତ୍ରିମ ଗୋଡ଼ ତିଆରି କରି ପୁଷ୍ପିତାଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି l ଶେଷରେ ବାଲେଶ୍ୱର ଷ୍ଟେସନରୁ ରାଜକିଶୋର ପାତ୍ର ପୁଷ୍ପିତା ଏବଂ ତାଙ୍କ ସ୍ୱାମୀଙ୍କୁ ନିଜ ଦୁଇ ଚକିଆ ଗାଡ଼ିରେ ଆଣି ତାଙ୍କ ବିଶ୍ୱନାଥପୁର ବାସ ଭବନରେ ସଠିକ ଭାବରେ ଛାଡିଥିଲେ l ଏହି ମହାନ କାର୍ଯ୍ୟକ୍ରମରେ ସଂଗଠନର ଜଳେଶ୍ୱର ମୁଖ୍ୟ ଶାଖାର ସଭାପତି ଜଗନ୍ନାଥ ପରିଡା, ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ, କୋଷାଧକ୍ଷ ନରହରି ବେହେରା, ଭୋଗରାଇ ଶାଖାର ସଭାପତି ପ୍ରଶାନ୍ତ ଘୋଷ, ବାଲିଆପାଳ ଶାଖାର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ପାଣିଗ୍ରାହୀ , ସମ୍ପାଦକ ପ୍ରଭାତ ଦାସ,କୋଷାଧକ୍ଷ ଲଷ୍ମୀଧର ପ୍ରଧାନ, ଜୟନ୍ତ ହଟେଇ, ସଭ୍ୟ ସୁବାସ ଦାସ, ସୁଜୟ ଦଣ୍ଡପାଟ, ରାଜେନ୍ଦ୍ର ବେହେରା, ମିଥୁନ, ବିଶ୍ୱନାଥ, ସତ୍ୟବ୍ରତ, ଏମଡି ମୁନ୍ନା ଆଦି ପ୍ରମୁଖ ସଂଗଠନ ତରଫରୁ ସହଯୋଗ ପାଇଁ ସମର୍ଥନ ଜଣାଇଥିଲେ l ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନ, ବାଲିଆପାଳ ଶାଖା ଏଭଳି ନିଆରା କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା ସାଉଁଟିବା ସହ ଆଗକୁ ଏହି ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରହିବି ବୋଲି ସଂଗଠନ ତରଫରୁ ପ୍ରକାଶ କରାଯାଇଛି l
