ବାରୁଅ ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ପଂଚାୟତରେ ଥିବା ପ୍ରାଥମିକ କୃଷି ସମବାୟ ସମିତିରେ ବୁଧବାର ଧାନ ମଣ୍ଡି ଉଦ୍ଘାଟନ ହୋଇ ଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ତାପସ ପ୍ରସାଦ ସିଂହ ଏହାକୁ ଉଦ୍ଘାଟନ କରିଥିବାବେଳେ କୃଷି ସମବାୟ ସମିତିର ସଭାପତି ନାରାୟଣ ସ୍ୱାଇଁ, ସଂପାଦକ ଶ୍ରୀହର୍ଷ ମହାନ୍ତି, ନିର୍ଦ୍ଦେଶକ ପ୍ରମୋଦ ଲେଙ୍କା, ଶ୍ରୀଧର ପ୍ର୍ରଧାନ, ରଘୁନାଥ ପଣ୍ଡା, ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ଚାଷୀ ଧାନ ବିକ୍ରୟ ସମୟରେ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।
