ପୌରପାଳିକାର କୋଦଣ୍ଡପୁରରେ ଧାନମଣ୍ଡି ଉଦଘାଟିତ
ଯାଜପୁର : ଯାଜପୁର ପୌରପାଳିକାର କୋଦଣ୍ଡପୁରରେ ମଣେଶ୍ୱର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଧାନ ସଂଗ୍ରହ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ମଣ୍ଡି ମାଧ୍ୟମରେ ଚାଷୀ ମାନେ ନିଜର ଉତ୍ପାଦିତ ଧାନ କୁ ସରକାରୀ ଦରରେ ବିକ୍ରୟ କରିପାରିବେ । ଯାଜପୁର ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାନ ମୁଖ୍ୟ ଅତିଥି, ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ଏହାକୁ ଉଦଘାଟନ କରିଥିବା ବେଳେ ଏସିଏସଓ ପ୍ରହ୍ଲାଦ ସେଠୀ,ଏଆରସିଏସ ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜିଲାରେ ମୋଟ ୧୬୯ଟି ଧାନ ସଂଗ୍ରହ କେନ୍ଦ୍ର ଶୁଭାରମ୍ଭ ହୋଇଥିବା ବେଳେ ସେଥିମଧ୍ୟରୁ ୧୧୯ଟି ପ୍ୟାକ୍ସ ଓ ୪୯ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ଜିଲାରେ ପ୍ରଥମ ପର୍ୟ୍ୟାୟରେ ୧୪ ଲକ୍ଷ୍ୟ ୧୩୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରହିଥିବା ବେଳେ କ୍ୟୁଣ୍ଟାଲ ପିଛା ୨୦୪୦ଟଙ୍କା ମୁଲ୍ୟ କାର୍ଯ୍ୟକରାଯାଇଛି ।
