ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆଜି ଭିଜିଲାନ୍ସ ବିଭାଗର ୨ ଜଣ ଡିଏସପିଙ୍କ ନେତୃତ୍ୱରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ତାଙ୍କର ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ଅଫିସ୍ ସମେତ ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଏକକାଳୀନ ଚଢଉ କରିଥିଲେ । ଚଢଉ ବେଳେ ତାଙ୍କର ୬ଟି ପ୍ଲଟ, ଗୋଟିଏ ଦୁଇ ମହଲା କୋଠା, ୨ଟି ଚାରି ଚକିଆ ଗାଡି, ୩ଟି ବାଇକ, ନଗଦ ୮୭ ହଜାର ୭୮୫ ଟଙ୍କା, ବ୍ୟାଙ୍କ ଜମା, ଏଲଆଇସି କାଗଜପତ୍ର ଆଦି ଠାବ ହୋଇଛି । ତେବେ ଜବତ ସଂପତିର ଆକଳନ ଏଯାଏ ହୋଇନଥିବା ବେଳେ ଚିତ୍ତରଞ୍ଜନ କୋଟି କୋଟି ସଂପତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
