୬ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା
ଭୁବନେଶ୍ୱର : ୬ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ , ବଲାଙ୍ଗୀର , ଢେଙ୍କାନାଳ, କଳାହାଣ୍ଡି , କନ୍ଧମାଳ ଓ ସୋନପୁର । ସୋମବାର ରାତି ଓ ମଙ୍ଗଳବାର ସକାଳେ ଏହି ଜିଲ୍ଲାଗୁଡିକରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କହିଛନ୍ତି ।
