୨୬ ପର୍ଯ୍ୟନ୍ତ ଘୁଞ୍ଚିଲା ଦେଶରେ ବାଣ ଉପରେ ରୋକ ଲଗାଇବାର ଦାବି
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶସାରା ବାଣର ବ୍ୟବହାର, ବିକ୍ରି ଏବଂ କିଣିବା ଉପରେ ପୂର୍ଣ୍ଣମାତ୍ରାରେ ରୋକ ଲଗାଇବାକୁ ଦାବି ଉପରେ ଶୁଣାଣୀ ୨୬ ଜୁଲାଇ ପର୍ଯ୍ୟନ୍ତ ଘୁଂଚାଇ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ୨୬ ଜୁଲାଇକୁ ମାମଲା ଅନ୍ତିମ ଶୁଣାଣୀ ପାଇଁ ଲିଷ୍ଟ କରାଯିବ । କୋର୍ଟ କହିଛନ୍ତି ଯେ ପ୍ରଥମ ମୁଖ୍ୟ ମାମଲାକୁ ଶୁଣାଯିବ, ପରେ ଅବମାନନାକୁ । ଦୀପାବଳୀ ଆସୁଛି ଏବଂ ଚାଲିଯାଉଛି । କିନ୍ତୁ କୋର୍ଟରେ କେସ୍ ଲମ୍ବିରହିଛି । ୨୯ ଅକ୍ଟୋବର ୨୦୨୧କୁ କୋର୍ଟ ବାଣ ଉପରେ ଅନ୍ତରିମ ଆଦେଶ ଦେଇ କହିଥିଲେ ଯେ ଦୀପାବଳୀ ଏବଂ ଅନ୍ୟ ପର୍ବ ଯେପରି ଗୁରୁପର୍ବ ଇତ୍ୟାଦି ଉପରେ ରାତି ଆଠଟାରୁ ଦଶଟା ପର୍ଯ୍ୟନ୍ତ ବାଣ ଫୁଟାଯାଇ ପାରିବ ।
