ସମବାୟ ସମିତିର ଗୃହ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଦାବି
ଯାଜପୁର : ଦଶରଥପୁର ବ୍ଲକ ପାଲଟପୁର ପ୍ରାଥମିକ କୃଷିସମବାୟ ସମିତି ଗୃହ ନିର୍ମାଣକୁ ବେଆଇନ ଦର୍ଶାଇ ଗୃହ ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ବନ୍ଦ କରିବାକୁ ପରିଚାଳନା ପରିଷଦର ସଭ୍ୟ ସରୋଜ ବିଶ୍ୱାଳ ଦାବି କରିଛନ୍ତି । ପରିଚାଳନା ପରିଷଦର ବିନା ଅନୁମୋଦନରେ ସମିତିର ଗୃହ ନିର୍ମାଣ ବନ୍ଦ କରାଯାଉଥିବା ସଭ୍ୟ ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସମବାୟ ସମିତିର ଏକ ଅସମ୍ପୂର୍ଣ୍ଣ ଗୃହକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗ ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହି ଗୃହ ନିର୍ମାଣ ପାଇଁ ପରିଚାଳନା ପରିଷଦ ବୈଠକରେ ଏକ କମିଟି ଗଠନ କରାଯିବା ସହିତ ଉକ୍ତ କମିଟି ମାଧ୍ୟମରେ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ନିୟମ ଧାର୍ଯ୍ୟ ଥିବା ବେଳେ ପରିଷଦ ବୈଠକ ବିନା ଅନୁମୋଦନରେ ସ୍ଥାନୀୟ ଠିକାଦାରଙ୍କ ମାଧ୍ୟମରେ ପରିଷଦର ସଭାପତି ଓ ସମ୍ପାଦକ ଉକ୍ତ ମଞ୍ଜୁର ଅର୍ଥରେ ଗୃହ ନିର୍ମାଣ କରୁଥିବାରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିବା ସହିତ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛନ୍ତି ।
