ବାଲିଆ ବାଣ ବିଷ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦାବି
କେନ୍ଦ୍ରାପଡ଼ା : ଓଡ଼ିଶା ନଜୱାନ ୟୁନିୟନ କେନ୍ଦ୍ରାପଡ଼ା ଶାଖା ତରଫରୁ ବାଲିଆ ବାଣ ବିଷ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମଙ୍ଗଳବାର ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତି ମିର୍ ଅମିରଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ସେକ ଲିଆକତ ଅଲ୍ଲୀଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଭେଟି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଓ ଆହତମାନଙ୍କୁ ସମସ୍ତ ଚିିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଅବରାର ହସରତ ଖାନ, ମହମ୍ମଦ ଅସାହାବୁଲ ହକ, ସେକ ନିୟାଜୁଦ୍ଦିନ, ରଶ୍ମି ରଞ୍ଜନ ମହାପାତ୍ର, ନଇମଖାନ, ସେକ ଜୁନେଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦାବିପତ୍ରର ଏକକିତା ନକଲ ସାଂସଦ ଓ କେନ୍ଦ୍ରାପଡ଼ା ବିଧାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।
