ଇସ୍ତଫା ଦେଲେ ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ
ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ତଥା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଦୁଇ ପୃଷ୍ଠାର ବିବୃତ୍ତି ଦେଇ ସେ ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ଘୋଷଣା କରିଛନ୍ତି।
ନିକଟରେ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ସେ ହିନ୍ଦୁ ଦେବଦେବୀଙ୍କୁ ପୂଜା ନକରିବାକୁ ଲୋକଙ୍କୁ ଶପଥ ନେବାକୁ କହୁଥିବା ଭିଡ଼ିଓ ସାମ୍ନାକୁ ଆସିବା ପରେ ବିବାଦ ଉଠିଥିଲା। ଏହାକୁ ନେଇ ବିଜେପି ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲା ।
ସୂଚନା ଯେ, ଗତ ଅକ୍ଟୋବର ୫ ତାରିଖରେ ଅଶୋକା ବିଜୟଦଶମୀରେ ରାଜଧାନୀ ଦିଲ୍ଲୀରେ ‘ଧର୍ମ ପରିବର୍ତ୍ତନ’ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପାଲ ଗୌତମ ଅଂଶଗ୍ରହଣକୁ ନେଇ ବିବାଦ ଉପୁଜିଥିଲା। ଏହି କାର୍ଯ୍ୟକ୍ରମରେ ଗୌତମ ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ଅପମାନିତ କରିଥିଲେ ବୋଲି ବିଜେପି ଅଭିଯୋଗ କରିଥିଲା । ଆପ୍ କୁ ହିନ୍ଦୁ ବିରୋଧୀ ବୋଲି କହିଥିଲା ବିଜେପି । ତେବେ ରାଜେନ୍ଦ୍ର ପାଲ ଗୌତମ ବିଜେପିର ଅଭିଯୋଗକୁ ଖଣ୍ଡନ କରିଥିଲେ।
