ଆଇସୋଲେସନରେ ଦିଲ୍ଲୀ ହେଡ୍ କୋଚ୍ ରିକି ପଣ୍ଟିଂ
ମୁମ୍ବାଇ : ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ପ୍ରକୋପ ଜାରି ଜାରି ରହିଛି । ବୟ ବବଲ ଭେଦ କରି କରୋନା ଭାଇରସ୍ରେ ଦିଲ୍ଲୀ ଦଳକୁ ଝଟକା ପରେ ଝଟକା ଦେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀ କୋଚ୍ ରିକି ପଣ୍ଟିଂଙ୍କ ବିନା ମଇଦାନକୁ ଓହ୍ଲାଇବ। ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ପଣ୍ଟିଂକୁ ଆଇସୋଲେଟ୍ ହେବାକୁ ପଡିଛି ।
ଫ୍ରାଞ୍ଚାଇଜି ନିଜର ପ୍ରେସ ବିଜ୍ଞପ୍ତିରେ କହିଛି, ପଣ୍ଟିଂ ଦୁଇ ଥର କରୋନା ଟେଷ୍ଟ କରିଛନ୍ତି ଏବଂ ଦୁଇ ଥର ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ଦଳର ହିତକୁ ଦୃଷ୍ଟିରେ ରଖି ପ୍ରବନ୍ଧକ ଏବଂ ଡାକ୍ତରୀ ଦଳ ପଣ୍ଟିଂକୁ ପାଞ୍ଚ ଦିନ ଆଇସୋଲେସନରେ ରହିବାକୁ କହିଛନ୍ତି। କାରଣ ସେ ପରିବାର ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରାଞ୍ଚାଇଜି କହିଛି, ବର୍ତ୍ତମାନ ପରିସ୍ଥିତିରେ ପଣ୍ଟିଂ ଏବଂ ତାଙ୍କ ପରିବାରର ବ୍ୟକ୍ତିଗତ ମାମଲାକୁ ସମ୍ମାନ କରିବା ଉଚିତଯ। ବାୟୋ ବବଲରେ ଏ ଯାଏଁ ପଜିଟିଭ୍ ଚିହ୍ନଟ ସଦସ୍ୟଙ୍କ ଉପରେ ନଜର ରଖାଯାଇଛି ।
