ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ‘ସେବା ପାଖୱାଡେ’ ପାଳନ କରିବ ଦିଲ୍ଲୀ ବିଜେପି
ନୂଆଦିଲ୍ଳୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଏହି ଅବସରରେ ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ପର୍ଯ୍ୟନ୍ତ ‘ସେବା ପାଖୱାଡେ’ ପାଳନ କରିବ। ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ।
ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଏହି ଅବସରରେ ଏକ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯିବ। ଅକ୍ଟୋବର ୧୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଦୌଡ ପାଇଁ ପତାକା ଦେଖାଇବେ। ସହରର ସମସ୍ତ ବସ୍ତିରୁ ପ୍ରାୟ ୧୦,୦୦୦ପିଲା ଏବଂ ଯୁବକ ଏହି ଦୌଡ଼ରେ ଅଂଶଗ୍ରହଣ କରିବେ।
