ନୀଳଗିରି ଉପଖଣ୍ଡ ବାର ଏସୋସିଏସନରେ ସହମତିରେ ନିର୍ବାଚିତ ହେଲେ ପ୍ରତିନିଧି
ନୀଳଗିରି : ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବାର ଏସୋସିଏସନର ସମସ୍ତ ପଦାଧିକାରୀ । ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ସହମତି ଭିତିରେ ନୀଳଗିରି ଉପଖଣ୍ଡ ବାର ଏସୋସିଏସନରେ ସମସ୍ତ ପଦାଧିକାରୀ ନିର୍ବାଚିତ ହୋଇଛନ୍ତି । ଏନେଇ ଶନିବାର ଏକ ଖବରଦାତା ସମ୍ମିଳନୀରେ ଉପଖଣ୍ଡ ବାର ଏସୋସିଏସନ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।
ସଭାପତି ଭାବେ ନୀଳଗିରିର ପୂର୍ବତନ ବିଧାୟକ ତଥା ଆଇନଜୀବୀ ଚିତରଞ୍ଜନ ଷଡ଼ଙ୍ଗୀ, ଉପସଭାପତି ଭାବେ ଖଗେଶ୍ୱର ଜେନା, ସମ୍ପାଦକ କିଶୋର କୁମାର ଦାସ, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ବାରିକ, କୋଷାଧ୍ୟକ୍ଷ ଦେବାନନ୍ଦ ଦାସ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ଅଶୋକ କୁମାର ବେହେରା, ଗୌରହରି ବେହେରା, ଜିତେନ୍ଦ୍ର ନାୟକ, ତନୟ କୁମାର ପାତ୍ର, ଜୟନ୍ତ କୁମାର ସ ନିର୍ବାଚିତ ହୋଇଛନ୍ତି । ଉକ୍ତ ବାରର୍ ସ୍ଥାୟୀ ପକ୍କା ଘର, କଚେରୀ ହତାମଧ୍ୟରେ ଏକ ଶୌଚାଳୟ ନିର୍ମାଣ ଉପରେ ଗୁରୁତ୍ୱ ଦେବେ ବୋଲି ନିର୍ବାଚିତ ସଭାପତି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
