ଏଣିକି ଡିଜିଟାଲ ଫର୍ମାଟରେ ମିଳିବ ଡିଗ୍ରୀ ସାର୍ଟିଫିକେଟ୍
ନୂଆଦିଲ୍ଲୀ : ଏଣିକି ଡିଜିଟାଲ ଫର୍ମାଟରେ ସାର୍ଟିଫିକେଟ୍ ମିଳିବ। ଆଇଆଇଟି ଭିଲାଇ ତାର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଡିଗ୍ରୀ ସାର୍ଟିଫିକେଟ ଦେବକୁ ନିଷ୍ପତ୍ତି ନେଇଛି। ଶନିବାର ଆଇଆଇଟି ଭିଲାଇର ଦ୍ୱିତୀୟ ସମବର୍ତ୍ତନା ଉତ୍ସବ ହେବ। ଏହି ଅବସରରେ ଡିଜିଟାଲ ଡିଗ୍ରୀ ସାର୍ଟିଫିକେଟ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବ ବୋଲି ଗତ ଗୁରୁବାର ସଂସ୍ଥା ପକ୍ଷରୁ ସୂଚନା ଦେଇଛି।
ଶନିବାର ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଭିଲାଇର ଦ୍ୱିତୀୟ ସମବର୍ତ୍ତନ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପାରମ୍ବାରୀକ କାଗଜ ସାର୍ଟିଫେକେନ ବଦଳରେ ଡିଜିଟାଲ ଫର୍ମାଟରେ ସାର୍ଟିଫିକେଟ ପ୍ରଦାନ କରାଯିବ। ଏହି ଡିଜିଟାଲ ସାର୍ଟିଫିକେଟ ପେନଡ୍ରାଇଭ ସଦୃଶ। ଶିକ୍ଷାନୁଷ୍ଠାନ ପକ୍ଷରୁ ଆଧିକାରୀକ ଟ୍ୱିଟର ହ୍ୟାଣ୍ତେଲରେ ଏକ ଡିଜିଟାଲ ସାର୍ଟିଫିକେଟର ଫଟୋ ପୋଷ୍ଟ କରାଯାଇଛି।
ଡିଜିଟାଲ ସାର୍ଟିଫିକେଟ ଗୁଡିକ ପେନଡ୍ରାଇଭ ସହ ଡିଜି ଲକରରେ ଅପଲୋଡ ହେବ। କାଗଜ ସାର୍ଟିଫିକେଟରେ ଯେଉଁ ସବୁ ତଥ୍ୟ ଥାଏ ତାହା ଡିଜିଟାଲ ଡିଗ୍ରୀ ସାର୍ଟିଫିକେଟରେ ମଧ୍ୟ ଉପଲବ୍ଧ ହେବ। ଏହାକୁ ଇମେଲ ମାଧ୍ୟମରେ ଜଣେ ଅନ୍ୟଜଣକୁ କିମ୍ବା କୌଣସି ସଂସ୍ଥା ନିକଟକୁ ପଠାଇ ପାରିବେ। ଏଥିପାଇଁ କୌଣସି ସ୍କାନିଂ, ଫଟୋ କପି କିମ୍ବା କାଗଜର ଆବଶ୍ୟକତା ନାହିଁ। ଡିଜିଟାଲ ସାର୍ଟିଫିକେଟ୍ ଏକ ସୁରକ୍ଷିତ ପଦ୍ଧତି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।
ଭାରତରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଥମେ ଡିଜିଟାଲ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିଥିଲା। ୨୦୨୧ ଫେବୃଆରୀରେ ବିଶ୍ୱବିଦ୍ୟାଳୟର ୯୭ତମ ସମବର୍ତ୍ତନ ଉତ୍ସବରେ ଲକ୍ଷେ ୭୮ ହଜାର ୭୧୯ ଜଣ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଡିଗ୍ରୀ ସହ ମମ୍ବର୍ଦ୍ଧିତ କରାଯାଇଥିଲା। କେବଳ ଗୋଟିଏ ବଟନ କ୍ଲିକରେ ପ୍ରାୟ ଲକ୍ଷେ ୮୦ ହଜାର ସ୍ନାତକ ଓ ସ୍ନାତକତ୍ତୋର ଛାତ୍ରଛାତ୍ରୀଙ୍କ ମେଲକୁ ମାନପତ୍ର ଯାଇଥିବା ଭାରପ୍ରାପ୍ତ କୂଳପତି ପିସି ଯୋଶୀ ଦାବି କରିଛନ୍ତି।
୨୦୧୮ ଓ ୨୦୧୯ରେ କିଛି ଏମ୍ବିବିଏସ ଛାତ୍ରଛାତ୍ରୀ ସେମାନଙ୍କ ଡିଗ୍ରୀ ସମାପ୍ତ ହେବା ପରେ ମଧ୍ୟ ସର୍ଟିଫିକେଟ ପାଇନଥିଲେ। ଯାହା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଡିଜିଟାଲ ଡିଗ୍ରୀ ସାର୍ଟିଫିକେଟସ ଉପରେ କାର୍ଯ୍ୟକରିଥିଲେ। ଆଉ ୨୦୨୧ରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ପଦ୍ଧତିରେ ସାର୍ଟିଫିକେଟ ଦିଆଯାଇଥିଲା। ଡିଜିଟାଲ ସାର୍ଟିଫିକେଟର ଦୁରୁପଯୋଗ ହେବା ସମ୍ଭାବନା କମ। ଯଦି ଏହା ହଜିଯାଏ ତେବେ ତାହାର ନକଲ ପାଇବା ମଧ୍ୟ ସହଜ ସାଧ୍ୟ।
