ନନ୍ଦପୁର ଗ୍ରାମରୁ ହରିଣ ଉଦ୍ଧାର
ଖଇରା : ୩ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ଗ୍ରାମ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମକୁ ପଶି ଆସିଥିବା ଏକ ହରିଣକୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲବିଭାଗକୁ ହସ୍ତାନ୍ତର କରିଛନ୍ତି । ଔପଦା ଫରେଷ୍ଟର ପ୍ରକାଶ କୁମାର ମହାନ୍ତି ଉକ୍ତ ହରିଣକୁ ଉଦ୍ଧାର କରି ଚିକିତ୍ସା ପରେ କୁଲଡିହା ଅଭୟାରଣ୍ୟରେ ଛାଡିଛନ୍ତି । ହରିଣଟି ଶୁକ୍ରବାର ରାତିରେ ଦେବଗିରି ପାହାଡରୁ ଚାଲିଆସିଥିବା ବେଳେ କୁକୁରଙ୍କ ଆକ୍ରମଣ କରିବା ପରେ ନନ୍ଦପୁର ଗ୍ରାମର ଏକ ବୁଦାମୁଳେ ପଶି ଯାଇଥିଲା । ପରେ ଗ୍ରାମବାସୀ ମାନେ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ ।b
