ଗ୍ରୀଷ୍ମପ୍ରବାହ ସ୍ଥିତିକୁ ଦେଖି ନିଆଯିବ ସ୍କୁଲ ଖୋଲିବା ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଅସହ୍ୟ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଗରମ ପବନ । ଅସହ୍ୟ ତାତି ଦୃଷ୍ଟିରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି। ତେବେ ଆଗକୁ ଯଦି ଏମିତି ଗ୍ରୀଷ୍ମ ପ୍ରବାହ ଲାଗିରହେ ତେବେ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ତାତି ବଢ଼ିବାରୁ ଦିନ ୧୦ଟା ପରେ ସ୍କୁଲରୁ ଫେରିବା ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସେହିପରି ଆଗକୁ ସ୍କୁଲ ଛୁଟି ବଢିପାରେ ବୋଲି ଚର୍ଚ୍ଚା ହେଉଛି । ୩୦ ତାରିଖ ପରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତେବେ ଏବେବି ରାଜ୍ୟରେ ଅନେକ ସ୍କୁଲ ଅନଲାଇନ କ୍ଲାସ କରୁଛନ୍ତି ।
