ଡିସେମ୍ବର ୯ ରୁ ୭୮ତମ ବାଲେଶ୍ୱର ଜିଲା ଦୌଡ଼କୁଦ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଜିଲା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୯, ୧୦ ଏବଂ ୧୧ ତାରିଖ ୩ ଦିନ ଧରି ସ୍ଥାନୀୟ ପରମିଟ୍ ପଡ଼ିଆରେ ୭୮ ତମ ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗୀତା (୧୨ ବର୍ଷ, ୧୪ ବର୍ଷ, ୧୬ ବର୍ଷ, ୧୮ ବର୍ଷ, ୨୦ ବର୍ଷ ବର୍ଗର ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା) ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି ।
ଆଗ୍ରହୀ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନର କ୍ରୀଡ଼ାବିତ୍ମାନେ ଷ୍ଟାଡ଼ିୟମରୁ ଫର୍ମ ନେଇ ନଭେମ୍ବର ମାସ ୧୬ ତାରିଖ ସୁଦ୍ଧା ସେମାନଙ୍କର ନାମ ଅନୁଷ୍ଠାନ ଜରିଆରେ ପଞ୍ଜିକରଣ କରାଇବେ । କ୍ରୀଡ଼ା ସମ୍ପର୍କରେ ସମସ୍ତ ବିଷୟ ପାଇଁ ଉପ-ସଭାପତି ବୀରେଦ୍ର କୁମାର ସ୍ୱାଇଁ (୮୧୪୪୬୮୯୪୮୫) ଓ ଯୁଗ୍ମ ସମ୍ପାଦକ (ଏଥଲେଟିକ୍ସ) ସଞ୍ଜୟ କୁମାର ଲେଙ୍କା (୬୩୭୧୬୫୨୯୩୩)ଙ୍କ ସହିତ ଯୋଗାଯୋଗ କରିବାକୁ ସାଧାରଣ ସମ୍ପାଦକ ଜଣାଇଛନ୍ତି । ଏହି ପ୍ରତିଯୋଗୀତାରୁ ମନୋନୀତ ହେବାକୁ ଥିବା ଖେଳାଳୀମାନେ ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗୀତାରେ ଜିଲା ତରଫରୁ ପ୍ରତିନିଧିତ୍ୱ କରିବେ ।
