ପେନ୍ସନ୍ ଭୋଗୀଙ୍କ ପାଇଁ ଲାଇଫ୍ ସାର୍ଟିଫିକେଟ୍ ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି
ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ପେନ୍ସନ୍ ଭୋଗୀମାନଙ୍କ ବାର୍ଷିକ ଜୀବିତ ପ୍ରମାଣପତ୍ର (ଲାଇଫ୍ ସାର୍ଟିଫିକେଟ୍) ଅବଧିକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଓଡ଼ିଶା ଟ୍ରେଜେରୀ ସଂହିତା ଭଲ୍ୟୁମ୍-୧ର ରୁଲ୍ ୩୧୪ ଅନୁଯାୟୀ ପ୍ରତିବର୍ଷ ପେନ୍ସନ୍ ଭୋଗୀମାନେ ନଭେମ୍ବର ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ଏହାଛଡ଼ା ସେମାନଙ୍କୁ ବିବାହ କରିନଥିବା, ପୁନର୍ବିବାହ ଓ ଅନ୍ୟତ୍ର ନିୟୋଜନ ସମ୍ବନ୍ଧୀୟ ଘୋଷଣାନାମା ଦେବାକୁ ପଡ଼ିଥାଏ ।
ରାଜ୍ୟ ସରକାର କୋଭିଡ୍ -୧୯ ମହାମାରୀର ପ୍ରଭାବ ବଳବତର ରହିଥିବା ଦୃଷ୍ଟିରୁ ଏହି ପ୍ରମାଣପତ୍ର ଦାଖଲ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଘୁଂଚାଇଛନ୍ତି ।
