ପାଣି ସୁଅରେ ଭାସି ବୃଦ୍ଧ ମୃତ
ସୋର : ଶନିବାର ସନ୍ଧ୍ୟାରେ ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବୃନ୍ଦାଦେଇପୁର ଗ୍ରାମର କଳାକାର ନାରାୟଣ ନାୟକ (୭୫) ପାଣି ସୁଅରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ନିକଟସ୍ଥ କୁମ୍ଭୀ ବଜାରକୁ ସଉଦା ପାଇଁ ଆସିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନେ‘ରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହି ସମୟରେ ଗ୍ରାମ ନିକଟରେ ଥିବା କେନାଲରେ ନାରାୟଣଙ୍କ ଗାମୁଛା ପାଣିରେ ଏକ ଗଛରେ ଲାଗିଥିବା ଦେଖି ପରିବାର ଲୋକେ ଖୋଜାଖୋଜି ପରେ ନାରାୟଣଙ୍କୁ କେନାଲର କିଛି ଦୂରରେ ଭାସମାନ ଅବସ୍ଥାରେ ପାଇ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ୮୧/୨୨ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁୁଯାୟୀ ନାରାୟଣ ଜଣେ ବିଶିଷ୍ଟ ମଂଚ କଳାକାର ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା । ସେ ଗୀତ ଗାଇବା ସହିତ ମୃଦଙ୍ଗ, ଖଞ୍ଜଣୀ ଏବଂ ଦାସକାଠିଆ ବାଦକ ଭାବେ ସୋର ଅଂଚଳରେ ସୁପରିଚିତ ଥିଲେ ।
