ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର
ବାଲୁଗାଁ : ଆଜି ବାଲୁଗାଁ ନିକଟ କଳିଯୁଗେଶ୍ୱର ପାହାଡ଼ ପାଦଦେଶ ଚିଲିକା କୂଳରୁ ଏକ ମୃତ ଡଲଫିନ୍ ମିଳିଛି। ସ୍ଥାନୀୟ କିଛି ଯୁବକ ସେଠାରେ ଭୋଜି କରୁଥିବାବେଳେ ଏହି ମୃତ ଡଲଫିନକୁ ଦେଖିଥିଲେ। ପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବାଲୁଗାଁ ବନ୍ୟପ୍ରାଣୀ ବନାଞ୍ଚଳ କର୍ତ୍ତୃପକ୍ଷ ପହଞ୍ଚି ମୃତ ଡଲଫିନ୍ ଶବକୁ ନେଇଯାଇଥିଲେ।
ଡଲଫିନ ଶବକୁ ବ୍ୟବଚ୍ଛେଦ ପାଇଁ ଓୟୁଏଟି ପଠାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ଏହି ଡଲଫିନ୍ର ଶବ ପ୍ରାୟ ୫ଫୁଟ ହେବ। ଡଲଫିନର ମୃତ୍ୟୁ ନେଇ ସ୍ପଷ୍ଟ ହୋଇ ନ ଥିବା ବେଳେ ମୋଟରବୋଟ ପଙ୍ଖାମାଡ଼ରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଡଲଫିନର ଶବ ଭାସୁଥିବାରୁ କିଛିଦିନ ତଳେ ତା’ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
