ଫ୍ଲାଟରୁ ଉଦ୍ଧାର ହେଲା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ମୃତଦେହ
ମୁମ୍ବାଇ : ଫ୍ଲାଟରୁ ଉଦ୍ଧାର ହେଲା ବଲିଉଡର ଜଣାଶୁଣା ଅଭିନେତା ରବିନ୍ଦ୍ର ମହାଜନୀଙ୍କ ମୃତଦେହ । ସେ ପୁନେର ଅମ୍ବି ଗାଁରେ ଭଡାରେ ଏକ ଫ୍ଲାଟରେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ।
ସୂଚନା ମୁତାବକ, ଫ୍ଲାଟରୁ ଦୁର୍ଗନ୍ଧ ଆସିବା ପରେ ପୋଲିସକୁ ସୂଚନା ଦେଇଥିଲେ ପଡୋଶୀ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ରବିନ୍ଦ୍ର ମୃତ ପଡିଥିବା ଦେଖିବାକୁ ପାଇଥିଲା । ରବିନ୍ଦ୍ରଙ୍କ ମୃତ୍ୟୁ ଦୁଇ ଓ ୩ ଦିନ ପୂର୍ବରୁ ହୋଇଥିବା ପୋଲିସ ଅନୁମାନ କରୁଛି ।
ରବିନ୍ଦ୍ର ମହାଜନୀ ଅଭିନେତା ଗଶମିର ମହାଜନୀଙ୍କ ପିତା ଥିଲେ । ରବିନ୍ଦ୍ର ହିନ୍ଦୀ ସିନେମା ସହିତ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବିନୋଦ ଖାନ୍ନା ବୋଲି କୁହାଯାଏ । ତାଙ୍କ ପର୍ସନାଲିଟି ଏବଂ ଲୁକ୍ ବିଲକୁଲ ବିନୋଦ ଖାନ ଭଳି ଦେଖିବାକୁ । ଅଭିନୟ କରିବା ସହିତ ମରାଠୀ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ରବିନ୍ଦ୍ର ମହାଜନୀ ଅମିତାଭ ବଚ୍ଚନଙ୍କ ସହିତ ସାତ ହିନ୍ଦୁସ୍ତାନୀରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ନଜର ଆସିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା । ଏହାପରେ ମରାଠୀ ଫିଲ୍ମ ଆରାମ ହରାମା ଆହେ, ଦୁନିଆ କାରି ସଲମା, ହଳଦୀ କୁକୁରେ କାମ କରିଛନ୍ତି । ୨୦୧୫ରେ ତାଙ୍କ ଫିଲ୍ମ କାୟ ରାଓ ତୁମହିଁରେ କମ୍ ବ୍ୟାକ୍ କରିଥିଲେ ।
