ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ବାଳକ/ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନ (ବାଳକ ବିଭାଗରେ ଖୁଣ୍ଟା ଓ ଶୁଳିଆପଦI ଓ ବାଳିକା ବିଭାଗରେ କୁସୁମୀ ଓ ବାରିପଦା ଫାଇନାଲରେ )
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ 17 ବର୍ଷରୁ କମ ବାଳକ / ବାଳିକା ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିନ ବାଳକ ବିଭାଗର ପ୍ରଥମ ସେମିଫାଇନାଲରେ ଖୁଣ୍ଟା ବାରିପଦାକୁ 1-0 ଓ ଦ୍ଵିତୀୟ ସେମିରେ ଶୁଳିଆପଦI ବିଜାତଳIକୁ 3-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି I ସେହିପରି ବାଳିକା ବିଭାଗର ପ୍ରଥମ ସେମିଫାଇନାଲରେ କୁସୁମୀ କୁଳିଅଣାକୁ 2-0 ଓ ଦ୍ଵିତୀୟ ସେମିରେ ବାରିପଦା ରରୁଆଁକୁ 2-1ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି I ଆଜିର ଖେଳକୁ ଯଶୋବନ୍ତ ମହାନ୍ତ, ବିଶ୍ୱନାଥ ଦାସ, ଅସିତ ବରୁଣ ପାଲ, ସିଲି ମାଝୀ, ଦିଲ୍ଲୀପ କୁମାର ସେନାପତି, କାପୁରା ମାଝୀ, ନିରଞ୍ଜନ ସିଂ ଦେଓ ସIଚେନ, ରଘୁ ହାଁସଦା, ସIଗେନ ମାଝୀ, ଜଗଜିତ ମାଝୀ ଓ ସୁଧା ରଞ୍ଜନ ମହାକୁଡ଼ ପରିଚାଳନା କରିଥିଲେ I ବରିଷ୍ଠ କ୍ରୀଡ଼ାବିତ ଅମୁଲ୍ୟ ମିଶ୍ର, କୁମାର ରଞ୍ଜନ ପଣ୍ଡା, ନନ୍ଦଲାଲ ମହାପାତ୍ର, ମଣ୍ଟୁ ଦା, ହରିଶ ଚନ୍ଦ୍ର ଷଢଙ୍ଗୀ, ବିନୋଦ ରାମ, ବଡ଼ସାହି ବ୍ଲକ ସ୍ପୋର୍ଟସ ଏସୋସିଏସନର ସଦସ୍ୟା ପ୍ରଧାନ ଶିକ୍ଷୟତ୍ରୀ ପାର୍ବତୀ ମୁର୍ମୁ, ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ପଣ୍ଡା ତଥା ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ ତଥା ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଶିକ୍ଷକ ଦୀପକ ରାମ ଓ ପ୍ରଦୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ I ଦୁର୍ଗା ଚରଣ ମହାନ୍ତ ଧାରା ବିବରଣୀ ଦେଇଥିଲେ I
