ଦୈନିକ ସଂକ୍ରମଣ ୭୦୦ରୁ ୮୦୦ ଭିତରେ ରହୁଛି : ଡିଏମଇଟି
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର ଦ୍ଵିତୀୟ ଲହର ସଂକ୍ରମଣ କମୁଛି । ମାତ୍ର ଦ୍ଵିତୀୟ ଲହର ସମ୍ପୂର୍ଣ୍ଣ ସରିନି । ଏବେ ମଧ୍ୟ ଦୈନିକ ସଂକ୍ରମଣ ୭୦୦ରୁ ୮୦୦ ଭିତରେ ରହୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସେହିପରି ଦ୍ଵିତୀୟ ଲହରରେ ସଂକ୍ରମଣ କମୁଥିବାରୁ ଆମେ ଟିକେ ଆଶ୍ୱସ୍ତ । କିନ୍ତୁ ଆଗାମୀ ଦିନରେ ସମ୍ଭାବ୍ୟ ତୃତୀୟ ଲହର । ଅନେକ ଆକଳନ କରିଛନ୍ତି, ତୃତୀୟ ଲହର ଆସିବ । ତେଣୁ ଏହାର ମୁକାବିଲା ନେଇ ସରକାର ବେଡ଼ ସଂଖ୍ୟା ବଢାଇଛନ୍ତି । ଟୀକାକରଣ ବି ଚାଲୁ ରଖିଛନ୍ତି । ଲୋକଙ୍କୁ ସଚେତନ ବି କରୁଛନ୍ତି । ସେ ଦୃଷ୍ଟିରୁ ସରକାର ପୁରା ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏବେ ଲୋକମାନେ କୋଭିଡ ନିୟମ ପାଳନ କଲେ ସଂକ୍ରମଣ କମିବ । ତେଣୁ ସମସ୍ତ ମାସ୍କ ପିନ୍ଧିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ହାତ ଧୋଇବା । ସାମାଜିକ ଦୂରତା ରଖିବା । ଜନଗହଳି ସ୍ଥାନକୁ ଯିବାନାହିଁ । ତାହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ରୋକିପାରିବା । ନହେଲେ ସଂକ୍ରମଣ ବଢିବାର ମଧ୍ୟ ସମ୍ଭାବନା ରହିଛି । ସେହିପରି ଶିଶୁଙ୍କ ସଂକ୍ରମଣ ରୋକିବାକୁ ଅଭିବାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସତର୍କ ରହିବାକୁ ପଡ଼ିବ । କାରଣ ସେମାନେ ସଂକ୍ରମିତ ହେଲେ ଶିଶୁ ଆକ୍ରାନ୍ତ ହେବେ । ଅଭିବାବକ, ପାଖ ପଡ଼ୋଶୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନଶୀଳ ହେଲେ ଶିଶୁ ସୁରକ୍ଷିତ ରହିବେ । ଶିଶୁମାନଙ୍କ ଠାରେ ସିଭିଅରିଟି କମ ରହୁଛି । ଅନେକ ଲକ୍ଷଣହୀନ ରହୁଛନ୍ତି । ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ହସ୍ପିଟାଲାଇଜେସନ କମ ରହୁଛି । ଆଇସିୟୁର ଆବଶ୍ୟକତା କମ୍ ରହୁଛି । ଶିଶୁମାନଙ୍କ ଠାରେ ଏସି ରିସେପ୍ଟର, ଯେଉଁବାଟେ ଭାଇରସ ପ୍ରବେଶ କରେ, ତାହାର ସଂଖ୍ୟା କମ । ତେଣୁ ସଂକ୍ରମଣ ଆଶା କମ୍, କିନ୍ତୁ ଶୂନ ନୁହେଁ । ତେବେ ସେରୋ ସର୍ଭେ ରିପୋର୍ଟ କହୁଛି, ପିଲାମାନେ ବି ସଂକ୍ରମିତ ହେଉଛନ୍ତି । ତାଙ୍କ ଶରୀର ଭିତରକୁ ବି ଭୂତାଣୁ ଯାଉଛି । ସେମାନଙ୍କର ଆଣ୍ଟିବଡି ବି ସୃଷ୍ଟି ହେଉଛି ।
